ଲାଲବାଗରେ ସ୍ଥାପନ ହେବେ “ଇକୋ ଫ୍ରେଣ୍ଡଲି” ଗଜାନନ ! ଗଣେଷ ପୂଜା ପାଇଁ ପ୍ରସ୍ତୁତ ହେଉଛି ୨୨ ଫୁଟ୍ କାଗଜର ଗଜାନନ ମୂର୍ତ୍ତୀ

297

ଗଜାନନଙ୍କ ଧରାବତରଣ ପାଇଁ ଆଉ ମାତ୍ର କେଇ ଦିନର ସମୟ ବାକି ରହିଛି । ପ୍ରତି ସହରର ଗଳିକନ୍ଦିରେ ଗଣେଷ ପୂଜାକୁ ଧୁମଧାମରେ ପାଳନ କରିବା ପାଇଁ ପେଣ୍ଡାଲ୍ ଗୁଡିକରେ ଚହଳ ମଧ୍ୟ ଖେଳିଗଲାଣି । ବଡ ବଡ ମୂର୍ତ୍ତୀ ସାଙ୍ଗକୁ ପରିବେଶ ଏବଂ ପ୍ରଦୂଷଣକୁ ମଧ୍ୟ ଆଖି ଆଗରେ ଇକୋ ଫ୍ରେଣ୍ଡଲୀ ଗଣେଷଙ୍କ ମୂର୍ତ୍ତୀ ପ୍ରସ୍ତୁତ କରାଯାଉଛି । ବିଶାଳ ଗଜାନନ ମୂର୍ତ୍ତୀ ସ୍ଥାପନ କରିବା ଏବଂ ଅଧିକରୁ ଅଧିକ ଭୀଡକୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ବିଭିନ୍ନ ପେଣ୍ଡାଲ କସରତ କରିବା ଆରମ୍ଭ କରିଦେଇଛି ।

ପ୍ଲାଷ୍ଟର ଅଫ୍ ପ୍ୟାରିସ୍ ରେ ପ୍ରସ୍ତୁତ ଅଧିକାଂଶ ମୂର୍ତ୍ତୀ ଆରବ୍ ସାଗରରେ ବିସର୍ଜିତ ହୋଇଥାନ୍ତି । କିନ୍ତୁୁ କିଛି ଲୋକ ପରିବେଶକୁ ଧ୍ୟାନରେ ରଖି ଇକୋ ଫ୍ରେଣ୍ଡଲୀ ମୂର୍ତ୍ତୀ ମଧ୍ୟ ପ୍ରସ୍ତୁତ କରୁଛନ୍ତି । ଯେଉଁଠାରେ ଏହି ମୂର୍ତ୍ତୀ ସବୁକୁ କାଗଜରେ ପ୍ରସ୍ତୁତ କରାଯାଉଛି । ଲାଲବାଗରେ ଏକ ପ୍ରସିଦ୍ଧ ମଣ୍ଡଳ ରହିଛି ଯେ କାଗଜ ଏବଂ ମାଟିରେ ଗଣପତିଙ୍କ ୨୨ ଫୁଟ୍ ର ବିଶାଳ ମୂର୍ତ୍ତୀକୁ ପ୍ରସ୍ତୁତ କରିବାର ଦାୟିତ୍ୱ ନେଇଛି ।

ପ୍ଲାଷ୍ଟର ଅଫ୍ ପ୍ୟାରିସ୍ ରେ ପ୍ରସ୍ତୁତ ମୂର୍ତ୍ତୀର ରସାୟନ ସମୁଦ୍ରରେ ଶୀଘ୍ର ମିଳାଏ ନାହିଁ । ଯେଉଁଥିପାଇଁ ବିସର୍ଜନ ପରେ ସାମୂଦ୍ରିକ ଜୀବ ମୃତାବସ୍ତାରେ କୂଳରେ ଆସି ଲାଗିଥାନ୍ତି । ଜଳ ବିଶେଷଜ୍ଞଙ୍କ ମତରେ ଏହି ରାସାୟନିକ ପଦାର୍ଥ ଶରୀର ଭିତରକୁ ଗଲେ ନିଶ୍ୱାସ ନେବା ବନ୍ଦ ହୋଇଯାଏ । ମାଟୁଙ୍ଗାରେ କାଗଜରେ ମୂର୍ତ୍ତୀ ପ୍ରସ୍ତୁତ କରୁଥିବା ସାଗର ଚିତଲେ କୁହନ୍ତି , ଦଶହରା ଏବଂ ଗଣେଷ ପୂଜା ସମୟରେ ଆମେ କାଗଜରେ ମୂର୍ତ୍ତୀ ପ୍ରସ୍ତୁତ କରୁ । ମୂର୍ତ୍ତୀର ଗହଣା ମଧ୍ୟ କାଗଜରେ ପ୍ରସ୍ତୁତ କରାଯାଏ । ଲାଲବାଗର ତେଜୁକୟା ଗଣପତି ମଣ୍ଡପ ନିଜ ବିଶାଳକାୟ ମୂର୍ତ୍ତୀ ପାଇଁ ଖୁବ୍ ପ୍ରସିଦ୍ଧ । ଚଳିତ ବର୍ଷ ମଧ୍ୟ ଏହି ମଣ୍ଡପ ନିଜ ମୂର୍ତ୍ତୀକୁ ନେଇ ଖୁବ୍ ଚର୍ଚ୍ଚାରେ ରହିଛି । କାଗଜ ଏବଂ ମାଟିରେ ପ୍ରସ୍ତୁତ ଏହି ୨୨ ଫୁଟର ମୂର୍ତ୍ତୀ  ପରିବେଶକୁ ଆଖି ଆଗରେ ରଖି ପ୍ରସ୍ତୁତ କରାଯାଇଛି ।