ଗାନ୍ଧୀ ବନାମ ମୋଦି ! ରାହୁଲ୍ କହିଲେ ଦେଶକୁ ଷୋହଳ ବର୍ଷ ପଛକୁ ନେଇଗଲେ ପ୍ରଧାନମନ୍ତ୍ରୀ

41

କନକ ବ୍ୟୁରୋ : ଛୁଟିରୁ ଫେରିବା ପରେ ପୁଣି ଆକ୍ରମଣ ମୁଦ୍ରାରେ ରାହୁଲ ଗାନ୍ଧି । ବିମୁଦ୍ରାୟନ ପରେ ଦେଶବାସୀ ଭୋଗୁଥିବା ସମସ୍ୟାରୁ ରାଜନୈତିକ ଫାଇଦା ନେବା ପାଇଁ କଂଗ୍ରେସର ବେଦନା ସମ୍ମିଳନୀ । ଆଉ ସମାବେଶରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଡା ସମାଲୋଚନା କଲେ କଂଗ୍ରେସ ଉପାଧ୍ୟକ୍ଷ । ବଡ ନୋଟ ଅଚଳ ଭଳି ନିଷ୍ପତିକୁ ରାତି ଅଧିଆ ଦେଶବାସୀଙ୍କ ଉପରେ ମୋଦି ସରକାର ଲଦି ଦେଇଥିବା ଅଭିଯୋଗ କରିଛନ୍ତି ରାହୁଲ । ଏଥିପାଇଁ ଦେଶର ଅର୍ଥନୀତି ୧୬ବର୍ଷ ତଳକୁ ଚାଲିଯାଇଛି ।

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବ୍ୟକ୍ତିଗତ ଆକ୍ଷେପ କରିଛନ୍ତି ରାହୁଲ । କୌଣସି କାମକୁ ମୋଦି ଠିକରେ କରନ୍ତି ନାହିଁ ବୋଲି କହିଛନ୍ତି । ସ୍ୱଚ୍ଛ ଭାରତ ଅଭିଯାନରେ ସଫେଇବେଳେ ମୋଦି ଠିକରେ ଝାଡୁ ଧରିନଥିଲେ ବୋଲି ଆକ୍ଷେପ କରିଛନ୍ତି । ସେହିପରି ମୋଦିଙ୍କୁ ପଦ୍ମାସନ ଜଣାନଥିବା କହିଛନ୍ତି ରାହୁଲ । ଯୋଗ ଦିବସରେ ପ୍ରଧାନମନ୍ତ୍ରୀ ଯୋଗ କରୁଥିବାବେଳେ ଠିକରେ ପଦ୍ମାସନ କରିପାରି ନଥିଲେ । ଅର୍ଥାତ ମୋଦି କୌଣସି କାମକୁ ନିଷ୍ଠାର ସହ କରନ୍ତି ନାହିଁ ବୋଲି କହିଛନ୍ତି ରାହୁଲ ।

ମୋଦି ସରକାରଙ୍କ ବିମୁଦ୍ରାୟନ ନିଷ୍ପତିକୁ ଏକ ସାଂଘାତିକ ଭୁଲ ବୋଲି କହିଛନ୍ତି ପୂର୍ବତନ ଅର୍ଥନୀତିଜ୍ଞ ପ୍ରଧାନମନ୍ତ୍ରୀ ମନମୋହନ ସିଂ । ଆଗକୁ ରୋଜଗାର କମିବ, ଉତ୍ପାଦନ କମିବ ଓ କୃଷି ଉତ୍ପାଦନକୁ ଏହା ପ୍ରଭାବିତ କରିବ ବୋଲି ସେ ଚେତାଇ ଦେଇଛନ୍ତି । ବିମୁଦ୍ରାୟନ ଦେଶର ଅର୍ଥ ବ୍ୟବସ୍ଥାରେ ବିପର୍ଯ୍ୟୟ ସୃଷ୍ଟି କରିବ ବୋଲି ମନମୋହନ କହିଛନ୍ତି ।