ଆଇସିସି ଶ୍ରେଷ୍ଠ ଟେଷ୍ଟ ଖେଳାଳୀ ରେସରେ ଆର ଅଶ୍ୱିନୀ । ଜାଣନ୍ତୁ, ନୋମିନେସନ ଲିଷ୍ଟରେ ଅଛନ୍ତି ଅନ୍ୟ କେଉଁ କେଉଁ ଖେଳାଳି?

114

କନକ ବ୍ୟୁରୋ: ପ୍ରକାଶ ପାଇଲା ଆଇସିସି ଶ୍ରେଷ୍ଠ ଟେଷ୍ଟ ଖେଳାଳୀ ତାଲିକାର ନୋମିନେସନ ତାଲିକା । ଆଇସିସି ପକ୍ଷରୁ ଜାରି କରାଯାଇଥିବା ୪ ଜଣ ଖେଳାଳୀଙ୍କ ମଧ୍ୟରେ ରହିଛନ୍ତି ଭାରତୀୟ ଷ୍ଟାର ବୋଲର ତଥା ଅଲରାଉଣ୍ଡର ଆର ଅଶ୍ୱିନ । ଅଶ୍ୱିନଙ୍କ ସହ ଏହି ରେସରେ ସାମିଲ ଅଛନ୍ତି ଇଂଲଣ୍ଡର କ୍ୟାପଟେନ ଜୋ ରୁଟ, ଶ୍ରୀଲଙ୍କା କ୍ୟାପଟେନ ଡି କରୁଣାରତ୍ନେ ଓ ନ୍ୟୁଜିଲ୍ୟାଣ୍ଡର ପେସ୍ ବୋଲର କାଇଲ ଜାମିସନ ।

୨୦୨୧ ମସିହାରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ ଅଶ୍ୱିନ । ମାତ୍ର ୮ଟି ମ୍ୟାଚରେ ୫୨ଟି ଉଇକେଟ ନେଇଛନ୍ତି ଏହି ଭାରତୀୟ ସ୍ପିନର । ଖାଲି ବୋଲିଂ ନୁହେଁ ବ୍ୟାଟିଂରେ ମଧ୍ୟ ନିଜର କମାଲ ଦେଖାଇଛନ୍ତି ଅଶ୍ୱିନ । ଗୋଟିଏ ବର୍ଷରେ ୩୩୭ ରନ କରିଛନ୍ତି ଏହି ଡାହାଣହାତୀ ଅଲରାଉଣ୍ଡର । ଇଂଲଣ୍ଡର ଜୋ ରୁଟ ମଧ୍ୟ ଜବରଦସ୍ତ ବ୍ୟାଟିଂ କରିଛନ୍ତି । ଚଳିତବର୍ଷ ୧୭୦୮ ରନ୍ କରିଛନ୍ତି ଜୋ ରୁଟ୍ । ଯେଉଁଥିରେ ୬ଟି ଶତକ ରହିଛି । ତେବେ ଅଶ୍ୱିନଙ୍କ ମୁକାବିଲା ସିଧାସଳଖ ଜୋ ରୁଟଙ୍କ ସହ ହେବ ବୋଲି ଜଣାପଡିଛି । ସେହିପରି ଶ୍ରୀଲଙ୍କା ଖେଳାଳୀ କେ କରୁଣାରତ୍ନେ ଚଳିତବର୍ଷ ୭ ମ୍ୟାଚରୁ ୯୦୨ ରନ୍ କରିଛନ୍ତି । ନ୍ୟୁଜିଲ୍ୟାଣ୍ଡ ଖେଳାଳି କାଇଲ୍ ଜାମିସନ ମଧ୍ୟ ୫ଟି ମ୍ୟାଚରେ ୨୭ଟି ଉଇକେଟ ନେଇଛନ୍ତି ।