ଦେଶରୁ ଆଉ ୪୬ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ : ୭୦୦ ପାର କଲା ମୋଟ ସଂକ୍ରମିତଙ୍କ ସଂଖ୍ୟା

141

କନକ ବ୍ୟୁରୋ : ଭାରତରେ ୪୬ ନୂଆ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୭୦୦ ପାର କରିଛନ୍ତି । ଭାରତରେ ମୋଟ ଓମିକ୍ରମ ସଂକ୍ରମିତଙ୍କ ସଂଖ୍ୟା ୭୧୭ରେ ପହଂଚିଛି । ଦିଲ୍ଲୀରୁ ନୂଆ ୨୩ ଓମିକ୍ରମ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ତାମିଲନାଡୁରୁ ୧୧ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୪୫ରେ ପହଂଚିଛି । ଏଥିସହିତ ତେଲେଙ୍ଗାନାରୁ ୭, ଗୁଜୁରାଟରୁ ୫ ଜଣ ନୂଆ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦିଲ୍ଲୀରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୧୬୫ରେ ପହଂଚିଛି । ଯାହା ମହାରାଷ୍ଟ୍ର ଠାରୁ ମାତ୍ର ଦୁଇଟି କମ ଅଛି । ମହାରାଷ୍ଟ୍ରରେ ସର୍ବାଧିକ ୧୬୭ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀରେ ଓମିକ୍ରନ ସଂକ୍ରମଣ ବଢୁଥିବାରୁ କୋଭିଡ କଟକଣା କଡାକଡି କରିଦିଆଯାଇଛି । ବିଦେଶରୁ ଆସୁଥିବା ସମସ୍ତ ଯାତ୍ରୀଙ୍କ ପାଇଁ ବମାନ ବନ୍ଦର ପାଖ ହେଟେଲରେ ବାଧ୍ୟତାମୂଳକ ସଂଘରୋଧରେ ରହିବା ପାଇଁ ବ୍ୟବସ୍ଥା କରାଯାଇଛି । ଏହାଦ୍ୱାରା କରୋନା ଏହି ନୂଆ ପ୍ରଜାତିର ସଂକ୍ରମଣକୁ ରୋକାଯାଇପାରିବ ବୋଲି କୁହାଯାଉଛି ।