କେନ୍ଦ୍ରର ଅଗ୍ନିପଥ ଯୋଜନାକୁ ନେଇ ଉଠିଲା ପ୍ରଶ୍ନ: ବିହାର ରାଜରାସ୍ତାରେ ଅଗ୍ନିପଥ ସ୍କିମକୁ ନେଇ ଜୋରଦାର ବିକ୍ଷୋଭ

261

କନକ ବ୍ୟୁରୋ: ସେନାରେ ଭର୍ତି ପାଇଁ କେନ୍ଦ୍ର ସରକାରଙ୍କ ନୂଆ ସ୍କିମ ଅଗ୍ନିପଥକୁ ନେଇ ତର୍କବିର୍ତକ ଆରମ୍ଭ ହୋଇଛି । ବିଭିନ୍ନ ରାଜନୈତିକ ଦଳ ଏନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି । ସରକାରଙ୍କ ଏହି ପଦକ୍ଷେପ ସେନାର ଦକ୍ଷତା ଓ ନିପୁଣତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ବୋଲି କଂଗ୍ରେସ ଏବଂ ଅନ୍ୟାନ୍ୟ ରାଜନୈତିକ ଦଳ କହିଛନ୍ତି । ଅନ୍ୟପଟେ ଅଗ୍ନିପଥ ସ୍କିମକୁ ବିରୋଧ କରି ପୂର୍ବତନ ସେନା ଅଧିକାରୀ କହିଛନ୍ତି ସେନାରେ ଏଭଳି ପ୍ରକିୟାରେ ନିଯୁକ୍ତି କରିବା ଅନୁଚିତ । ସରକାର ଅର୍ଥ ବଂଚାଇବା ଉଦ୍ଦେଶ୍ୟ ରଖି ଏଭଳି ସ୍କିମ ଆଣିଛନ୍ତି ।

କେବଳ ରାଜନୈତିକ ଦଳ କିମ୍ବା ପୂର୍ବତନ ସେନା ଅଧିକାରୀ ନୁହେଁ ବିହାରର ଯୁବଗୋଷ୍ଠୀ ମଧ୍ୟ ଅଗ୍ନିପଥ ସ୍କିମକୁ ବିରୋଧ କରି ରାଜରାସ୍ତାରେ ଜୋରଦାର ବିକ୍ଷୋଭ କରିଛନ୍ତି । ଯୁବଗୋଷ୍ଠୀ ରାସ୍ତାକୁ ଓହ୍ଲାଇ ବଡ ଧରଣର ବିକ୍ଷୋଭ କରି ପ୍ରତିବାଦ କରିଛନ୍ତି । ମଙ୍ଗଳବାର କେନ୍ଦ୍ର ସରକାର ଅଗ୍ନିପଥ ସ୍କିମର ଶୁଭାରମ୍ଭ କରିଛନ୍ତି । ଯେଉଁଥିରେ ୧୭ରୁ ୨୧ ବୟସର ଉଭୟ ମହିଳା ଓ ପୁୁରୁଷ ସେନାରେ ୪ବର୍ଷ ପାଇଁ ଯୋଗ ଦେଇପାରିବେ । ସେମାନଙ୍କ ପାଇଁ ମାସିକ ଦରମା ୪୦ ହଜାର ରଖାଯାଇ ଥିବା ବେଳେ ୪୮ଲକ୍ଷର ବୀମା ରାଶି ବି ରହିଛି ।