ଋଷିଆ ରାଷ୍ଟ୍ରପତିଙ୍କୁ ଘାରିଛି ଭୟ: କରୋନା ଡରରେ ଥରହର ପୁଟିନ, କଟକଣା ଭିତରେ କାଟୁଛନ୍ତି ଦିନ

214

କନକ ବ୍ୟୁରୋ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଘାରିଛି କୋଭିଡ ଭୟ । ପୁଟିନ୍ ଭୁତାଣୁ ଭୟରେ ଏତେ ଭୟଭିତ ଯେ, କାଳେ କରୋନା ସଂକ୍ରମଣ ହୋଇଯିବ, ସେହି ଆଶଙ୍କାରେ ନା’ ମୋବାଇଲ ଫୋନ୍ ବ୍ୟବହାର କରୁଛନ୍ତି ନା’ ଇଂଟରନେଟ୍ ବ୍ୟବହାର କରୁଛନ୍ତି । ଅତି ଜରୁରୀ ପଡ଼ିଲେ ସେ, ଯେଉଁ ଜାଗାକୁ ଯାଉଛନ୍ତି, ସ୍ୱତନ୍ତ୍ର ଟ୍ରେନରେ ଯାଉଛନ୍ତି । କିମ୍ବା ସ୍ୱତନ୍ତ୍ର ବିମାନରେ ଯାଉଛନ୍ତି । ଏହି ଯାତ୍ରାକୁ ସଂପୂର୍ଣ୍ଣ ଭାବରେ ଗୁପ୍ତ ରଖାଯାଉଛି । ଲୋକଙ୍କ ସଂସ୍ପର୍ଶ ଠାରୁ ଦୂରେଇ ରହୁଛନ୍ତି ପୁଟିନ୍ । ରୁଷିଆର ଫେଡେରାଲ ଗାର୍ଡ ସର୍ଭିସର ପୂର୍ବତନ କ୍ୟାପଟେନ୍ ‘ଗ୍ଲେଭ୍ କାରାକୁଲୋଭ୍’ ଏଭଳି ଏକ ଚାଂଚଲ୍ୟକର ତଥ୍ୟ ସାମ୍ନାକୁ ଆଣିଛନ୍ତି ।

ଦୁନିଆର ଅନ୍ୟତମ ଶକ୍ତିଶାଳୀ ରାଷ୍ଟ୍ରନେତା ଭାବେ ଜଣା ଯାଆନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଶତ୍ରୁ ୟାଙ୍କ ନାଁ ଶୁଣିଲେ ଥରହର ହୁଅନ୍ତି । କିଛି ଦିନ ପୂର୍ବରୁ ପୁଟିନଙ୍କୁ ହତ୍ୟା ଧମକ ମିଳିଥିଲା । ୟା ପରେ ସେ ସଜାଗ ଓ ସତର୍କ ରହିଥିଲେ । ଏବେ ପୁଟିନଙ୍କୁ ଘାରିଛି କୋଭିଡ୍ ସଂକ୍ରମଣ ଭୟ । ରୁଷିଆର ଫେଡେରାଲ ଗାର୍ଡ ସର୍ଭିସର ପୂର୍ବତନ କ୍ୟାପଟେନ୍ ‘ଗ୍ଲେଭ୍ କାରାକୁଲୋଭ୍’ ଏଭଳି ଏକ ଚାଂଚଲ୍ୟକର ତଥ୍ୟ ସାମ୍ନାକୁ ଆଣିଛନ୍ତି । ପୁଟିନ ନିଜ ବାସଭବନ ‘କଙ୍କର୍ସ’ରେ ଅଧିକାଂଶ ସମୟ ବିତାଉଥିବା ବେଳେ କୋଭିଡ୍ ଲକ୍୍ଡାଉନ୍ ଭଳି ଜୀବନ ବିତାଉଛନ୍ତି । ମୋବାଇଲ ବ୍ୟବହାର ବନ୍ଦ କରିଛନ୍ତି । ଇଂଟରନେଟଠୁ ଦୂରେଇ ରହୁଛନ୍ତି । ଆବଶ୍ୟକ ପଡିଲେ ସ୍ୱତନ୍ତ୍ର ଟ୍ରେନରେ ଯାତ୍ରା କରୁଛନ୍ତି । ଯଥା ସମ୍ଭବ ଲୋକଙ୍କଠୁ ଦୂରେଇ ରହୁଛନ୍ତି ।

ବଡ଼ କଥା ହେଉଛି, ଯେଉଁ ଅଧିକାରୀଙ୍କ ସହ ପୁଟିନ୍ କୌଣସି ବୈଠକ କିମ୍ବା ଆଲୋଚନା କରୁଛନ୍ତି । ଏହି ବୈଠକ କିମ୍ବା ଆଲୋଚନା ପୂର୍ବରୁ ସେହି ଅଧିକାରୀମାନଙ୍କୁ ଦୁଇ ସପ୍ତାହର କଡ଼ା କ୍ୱାରେଂଟିନ୍ରେ ରହିବାକୁ ପଡ଼ୁଛି । ଫୋନ ଓ ଇଂଟରନେଟଠାରୁ ଦୂରେଇ ରହୁଥିବାରୁ ସେ ଅନେକ ସମୟରେ ବିଶ୍ୱର ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନାଠାରୁ ସେ ଦୁରେଇ ରହୁଛନ୍ତି । ତେବେ ଅତିବିଶ୍ୱସ୍ତ ଲୋକଙ୍କ ସୂତରୁ ହିଁ ଖବର ସମ୍ପର୍କରେ ଅବଗତ ହେଉଛନ୍ତି ପୁଟିନ୍ । ଦୂରସ୍ଥାନକୁ ଯାତ୍ରା କରିବା ପାଇଁ ବ୍ୟକ୍ତିଗତ ଟ୍ରେନର ବ୍ୟବହାର କରୁଛନ୍ତି । ସେହିଭଳି କେଉଁ ବିମାନରେ ସେ ଯାତ୍ରା କରୁଛନ୍ତି, ସେ ସମ୍ପର୍କରେ ମଧ୍ୟ ସୂଚନାକୁ ଗୁପ୍ତ ରଖାଯାଉଛି । ଏମିତି କି କଡ଼ା ସତର୍କତା ଭିତରେ ନିୟମିତ ବ୍ୟବଧାନରେ ସ୍ୱାସ୍ଥ୍ୟ ପରୀକ୍ଷାର ଯାଂଚ କରୁଛନ୍ତି ବୋଲି କହିଛନ୍ତି ଏଫ୍ଏସଓ’ର ଏହି ପୂର୍ବତନ ଅଧିକାରୀ ।