କୋର୍ଟଙ୍କ ଭତ୍ସନା ପରେ ବଦଳିଲା ମାନଙ୍କ ନିଷ୍ପତ୍ତି, ଏବେ ୪୨୪ ଭିଆଇପିଙ୍କୁ ଯୋଗାଇ ଦେବେ ସୁରକ୍ଷା

222

କନକ ବ୍ୟୁରୋ : ପଞ୍ଜାବରେ କିଛି ଭିଆଇପିଙ୍କ ଠାରୁ ସରକାର ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର କରିଦେବା ପ୍ରସଙ୍ଗରେ ପଞ୍ଜାବ-ହରିଆଣା ହାଇକୋର୍ଟରେ ହୋଇଥିବା ଆବଦେନର ଶୁଣାଣି କରିଛନ୍ତି କୋର୍ଟ । ଏହି କ୍ରମରେ ପୂର୍ବ ଶୁଣାଣି ବେଳେ କୋର୍ଟ ପଞ୍ଜାବ ସରକାରଙ୍କୁ ଯେଉଁ ଜବାବ ମାଗିଥିଲେ ତାହା ଉପରେ ଆଜି ପଞ୍ଜାବ ସରକାରଙ୍କ ପକ୍ଷରୁ କୁହାଯାଇଛି କି ଯେଉଁମାନଙ୍କ ଠାରୁ ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର ହୋଇଥିଲା ସେମାନଙ୍କ ମଧ୍ୟରୁ ୪୨୪ ଜଣଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ ।

ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ଗୁଳି କରି ହତ୍ୟା କରିବା ପରେ ସୁରକ୍ଷା ପ୍ରତ୍ୟାହର ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଥିଲେ ରାଜ୍ୟର ବିରୋଧୀଦଳମାନେ । ଏହାପରେ ଏନେଇ ହାଇକୋର୍ଟରେ ବି ଆବେଦନ କରାଯାଇଥିଲା । ଏହି ଆବେଦନର ଶୁଣାଣି କରି କାହିଁକି ସୁରକ୍ଷା ପ୍ରତ୍ୟାହାର କରାଯାଇଛି ବୋଲି କୋର୍ଟ ପଞ୍ଜାବ ସରକାରଙ୍କୁ ଜବାବ୍ ମାଗିଥିଲେ । ଏହାର ଜବାବ ଦେଇ ପଞ୍ଜାବ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଯେଉଁମାନଙ୍କ ଠାରୁ ସୁରକ୍ଷା ପ୍ରତ୍ୟାହାର କରାଯାଇଥିଲା ସେମାନଙ୍କ ମଧ୍ୟରୁ ୪୨୪ ଜଣଙ୍କୁ ଜୁନ ୭ ତାରିଖ ଠାରୁ ପୁଣି ସୁରକ୍ଷା ଯୋଗାଇ ଦିଆଯିବ ।

କହିରଖୁ କି ପଞ୍ଜାବ ସରକାର କିଛିଦିନ ତଳେ ସିକ୍ୟୁରିଟି ରିଭ୍ୟୁ କରି ୪୨୪ ଜଣ ଭିଆଇପିଙ୍କ ଠାରୁ ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର କରି ନେଇଥିଲେ । ସେମାନଙ୍କ ମଧ୍ୟରେ ଗାୟକ ସିଦ୍ଧୁ ମୁସେୱାଲା ବି ସାମିଲ ଥିଲେ । ମାତ୍ର ସୁରକ୍ଷା ପ୍ରତ୍ୟାହାର ହେବାର ପରଦିନ ମୁସେୱାଲାଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ଏହି ଘଟଣା ପରେ ବିରୋଧୀଦଳମାନେ ରାଜ୍ୟ ସରକାରଙ୍କୁ ଚାରିପଟୁ ଘେରିଥିଲେ ।