ରାଜ୍ୟସଭା ନିର୍ବାଚନ ପୂର୍ବରୁ ହରିଆଣା କଂଗ୍ରେସକୁ କ୍ରସ ଭୋଟିଂର ଭୟ, ଗୁପ୍ତ ସ୍ଥାନକୁ ଗଲେ ୨୮ ବିଧାୟକ

79

କନକ ବ୍ୟୁରୋ : ରାଜ୍ୟସଭା ନିର୍ବାଚନ ପୂର୍ବରୁ ହରିଆଣା କଂଗ୍ରେସର ଟେନସନ୍ ବଢିଛି । କ୍ରସ ଭୋଟିଂ ଭୟରେ ରାଜ୍ୟରେ କଂଗ୍ରେସର ଥିବା ୩୧ ଜଣ ବିଧାୟକଙ୍କ ମଧ୍ୟରୁ ୨୮ ଜଣ ବିଧାୟକଙ୍କୁ ଏକ ଚାଟାର୍ଡ ପ୍ଲେନରେ ଛତିଶଗଡ ପଠାଇ ଦେଇଛି । ଗୁରୁବାର ଦିନ ହରିଆଣାର ମୋଟ ୩୧ ଜଣ କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀ ଡାକରା ହୋଇଥିଲା । ହେଲେ ୩୧ ଜଣ ବିଧାୟକଙ୍କ ମଧ୍ୟରୁ ୨୮ ଜଣ ବିଧାୟକ ଦିଲ୍ଲୀ ପହଂଚିଥିଲେ । ଏହାପରେ ସେମାନଙ୍କୁ ଏକ ଘରୋଇ ବସରେ ଦିଲ୍ଲୀ ବିମାନ ବନ୍ଦରକୁ ଅଣାଯାଇଥିଲା । ସେଠାରୁ ଏକ ଚାଟାର୍ଡ ପ୍ଲେନ ମାଧ୍ୟମରେ ସେମାନଙ୍କୁ ଛତିଶଗଡ ପଠାଇ ଦିଆଯାଇଛି । ଚତିଶଗଡରେ ଥିବା ତୋମା ହୋଟେଲରେ ସେମାନଙ୍କ ପାଇଁ ରହିବାର ବ୍ୟବସ୍ଥା ହୋଇଛି ବୋଲି ଜଣାପଡିଛି । ଏହି ବିଧାୟକମାନଙ୍କୁ ଏକାଠି ରଖିବାକୁ ଦଳର ବରିଷ୍ଠ ନେତା ଦିପେନ୍ଦ୍ର ହୁଡ୍ଡା ଦାୟୀତ୍ୱ ନେଇଛନ୍ତି ।

କହିରଖୁ କି ହରିଆଣାରୁ ଅଜୟ ମାକେନଙ୍କୁ ଦଳ ତରଫରୁ ରାଜ୍ୟସଭା ପାଇଁ ପ୍ରାର୍ଥୀ କରାଯାଇଛି । ହେଲେ କାଳେ ବିଧାୟକମାନେ କ୍ରସ ଭୋଟିଂ କରିଦେବେ ତା ଉପରେ ତୀକ୍ଷ୍ଣ ନଜର ରଖିଛି ଦଳ । ସେପଟେ ହରିଆଣା କଂଗ୍ରେସର ୩ ବିଧାୟକ ଏବେ ବି ଅସନ୍ତୋଷ୍ଟ ଥିବା କଥା କୁହାଯାଇଛି । ସେମାନଙ୍କ ମଧ୍ୟରୁ କୁଲଦୀପ ବିଷ୍ଣୌଇ, କିରଣ ଚୌଧୁରୀ ଓ ଚିରଞ୍ଜିବ ରାଓ ଆଜି ଦିଲ୍ଲୀ ଆସି ନଥିଲେ ।