ସହୟତା ମାଗିଲା ପାକିସ୍ତାନ । ଅଣଦେଖା କଲା ଋଷ

291

କନକ ବ୍ୟୁରୋ : ଦିନକୁ ଦିନ ପାକିସ୍ତାନର ଆର୍ଥିକ ସ୍ଥିତି ବିଗିଡିବାରେ ଲାଗିଛି । ଅନ୍ୟ ଦେଶକୁ ସହାୟତା ମାଗୁଛି । କିନ୍ତୁ କୌଣସି ଦେଶ ପାକିସ୍ତାନକୁ ସହାୟତାର ହାତ ବଢାଉନାହାନ୍ତି । ଋଷ ଭାରତକୁ କମ୍ ମୂଲ୍ୟରେ ତୈଳ ଏବଂ ଅନ୍ୟାନ୍ୟ ସୁବିଧା ଯୋଗାଇଦେଉଥିବା ବେଳେ, ପାକିସ୍ତାନ ଋଷକୁ ସହାୟତା ମାଗିଥିଲା । କିନ୍ତୁ ଋଷ ପାକିସ୍ତାନର ଅନୁରୋଧକୁ ଅଣଦେଖା କରିଦେଇଛି ।
ପାକିସ୍ତାନ ଅର୍ଥମନ୍ତ୍ରୀ ଏନେଇ କହିଛନ୍ତି, ଋଷ ପାକିସ୍ତାନକୁ ତୈଳ ବିକ୍ରି କରିବା ପାଇଁ କୌଣସି ଅଫର ଦେଇନାହାନ୍ତି । ତେଣୁ ଋଷ ଠାରୁ ତେଲ କିଣିବା ସ୍ୱପ୍ନ ଦେଖିବା ବୃଥା । କେବଳ ଏତିକି ନୁହେଁ, ଗହମ କିଣିବା ପାଇଁ ଋଷକୁ ଯେଉଁ ପତ୍ର ଲେଖାଯାଇଥିଲା ତା’ର ମଧ୍ୟ ଉତ୍ତର ଦେଇନାହିଁ ଋଷ । କେବଳ ଋଷ ନୁହେଁ ୟୁକ୍ରେନକୁ ବି ପତ୍ର ଲେଖିଛି ପାକିସ୍ତାନ । କିନ୍ତୁ ୟୁକ୍ରେନ୍ ପକ୍ଷରୁ ବି କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ତେବେ ପତ୍ରରେ ଲେଖାଯାଇଛି ଦୁଇ ଦେଶ ମଧ୍ୟରୁ ଯିଏ ବି ପାକିସ୍ତାନ ସହିତ ସୁ-ସମ୍ପର୍କ ରଖିବାକୁ ଚାହୁଁଛନ୍ତି ସେହି ଦେଶ ଆମକୁ ଗମ ବିକ୍ରି କରନ୍ତୁ । ଦୁଇ ଦେଶକୁ ପାକିସ୍ତାନ ପତ୍ର ଲେଖିଥିଲେ ବି ଦୁଇ ରାଷ୍ଟ୍ର ପାକିସ୍ତାନ ପତ୍ରର କୌଣସି ଯବାବ ଦେଇନାହାନ୍ତି