ନୁପୂର ଶର୍ମାଙ୍କୁ ସୁପ୍ରିମକୋର୍ଟ ଦେଲେ ବଡ ଆଶ୍ୱସ୍ତି, ଏବେ ସମସ୍ତ ମାମଲାର ଶୁଣାଣି ଦିଲ୍ଲୀରେ ହେବ

76

କନକ ବ୍ୟୁରୋ : ବିଜେପିରୁ ନିଲମ୍ବିତ ପ୍ରବକ୍ତା ନୁପୂର ଶର୍ମାଙ୍କୁ ସୁପ୍ରିମକୋର୍ଟ ବଡ ଆଶ୍ୱସ୍ତି ଦେଇଛନ୍ତି । ନୁପୂରଙ୍କ ବିରୋଧରେ ଭିନ୍ନ ଭିନ୍ନ ରାଜ୍ୟରେ ହୋଇଥିବା ମାମଲାକୁ ଦିଲ୍ଲୀ ଟ୍ରାନ୍ସଫର କରିବାକୁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ । ଏହାପୂର୍ବରୁ ଜୁଲାଇ ୯ ତାରିଖରେ ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜମଶେଦ ପାରଡିବାଲାଙ୍କ ବେଞ୍ଚ ପେଗାମ୍ବର ମହମ୍ମଦଙ୍କ ଉପରେ ଦେଇଥିବା ବିବାଦୀୟ ଟିପ୍ପଣୀ ମାମଲାରେ ନୁପୂର ଶର୍ମାଙ୍କ ଗିରଫଦାରୀ ଉପରେ ରୋକ ଲାଗଇଥିଲେ । ଏହାସହ ନୁପୂର ଶର୍ମାଙ୍କ ବିରୋଧରେ ୮ଟି ରାଜ୍ୟରେ ହୋଇଥିବା ଅଭିଯୋଗକୁ ଦିଲ୍ଲୀ ଟ୍ରାନ୍ସଫର କରିବାକୁ ନୋଟିସ ଜାରି କରିଥିଲେ ।

ସେପଟେ ସୁପ୍ରିମକୋର୍ଟରେ ଶୁଣାଣି ବେଳେ ନୁପୂର ଶର୍ମାଙ୍କ ଓକିଲ ମନିନ୍ଦର ସିଂ କହିଥିଲେ କି ଅନେକ ପକ୍ଷଙ୍କର କୌଣସି ପ୍ରତିକ୍ରିୟା ଆସିନାହିଁ ଓ ପଶ୍ଚିମବଙ୍ଗରୁ ଆମରକୁ ବାରମ୍ବାର ନୋଟିସ ଆସୁଛି । ଏହା ଉପରେ ଜଷ୍ଟିସ ସୂର୍ଯ୍ୟକାନ୍ତ କହିଥିଷଲ ଯେ ଆମେ ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଇଛୁ । ଏହାପରେ ମନିନ୍ଦର ସିଂ ସମସ୍ତ ମାମଲାକୁ ଦିଲ୍ଲୀ ସ୍ଥାନାନ୍ତର କରିବା ଉପରେ ଜୋର ଦେଇଥିଲେ ।