ପାରଳାର ମହାଭାରତ : ଚର୍ଚ୍ଚାରେ ଚନ୍ଦ୍ରବଂଶୀ ସଂପତି

79

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡିର ମହାଭାରତ । ସମ୍ପତିକୁ ନେଇ ଭାଇ ଭାଇ ମଧ୍ୟରେ ବିବାଦ। କାହିଁକି ଆତ୍ମହତ୍ୟା କଲେ ପାରଳା ମହାରାଜାଙ୍କ ମ୍ୟାନେଜର ଓ ତାଙ୍କ ଭାଇଭଉଣୀ। ଏହି ପ୍ରଶ୍ନର ଉତର ଖୋଜିବା ବେଳେ ଅନେକ ଅସମାହିତ ପ୍ରଶ୍ନ ସାମ୍ନାକୁ ଆସୁଛି। ତେବେ ମୋଟାମୋଟି ଭାବେ ଏହା ପଛରେ ରାଜାଙ୍କ ସଂପତିକୁ ନେଇ ପାରିବାରିକ କନ୍ଦଳ ଲାଗି ରହିଥିବା ସ୍ପଷ୍ଟ ହୋଇଛି। କାରଣ ରାଜା ଓ ତାଙ୍କ ସାନ ଭାଇ ମଧ୍ୟରେ ସଂପତି ଭାଗବଂଟାକୁ ନେଇ ହାଇକୋର୍ଟରେ ମାମଲା ରହିଛି। କୁହାଯାଉଛି ହିନ୍ଦୁ ଯୌଥ ପରିବାର ଆଇନ ଅନୁସାରେ ରାଜ ସଂପତିରୁ ଭାଗ ଚାହୁଁଥିଲେ ସାନଭାଇ। ହେଲେ ରାଜା କିନ୍ତୁ ସାନଭାଇଙ୍କୁ ଭାଗ ଦେବାକୁ ରାଜି ନଥିଲେ। ଏମିତି ବି ହୋଇପାରେ, ଏହି ସଂପତିକୁ ନେଇ ନଜରବନ୍ଦୀର ଷଡଯନ୍ତ୍ର ରଚା ଯାଇଥିଲା। କାରଣ ରାଜବାଟୀର ସର୍ବେସର୍ବା ସାଜିଥିଲେ ମ୍ୟାନେଜର ଅନଙ୍ଗ ମଂଜରୀ ପାତ୍ର ।