ସରୋଗେଟ୍ ମଦରକୁ ନେଇ କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତି : ସରୋଗେସିକୁ ହଁ ବ୍ୟବସାୟୀକରଣକୁ ନାଁ

51

କନକ ବ୍ୟୁରୋ : ଭଡାରେ ଗର୍ଭଧାରଣକୁ ବ୍ୟାନ କଲେ ସରକାର । ଆଜି କେନ୍ଦ୍ର କ୍ୟାବିନେଟ୍ ଏଥିପାଇଁ ଏକ ନୂଆ ଆଇନ୍ ଆଣିବାକୁ ନିଷ୍ପତି ନେଇଛି। ସରୋଗେସି ରେଗୁଲେସନ୍ ବିଲ୍ ସଂସଦରେ ଆଗତ ହେବ। ଏଥିରେ ବ୍ୟବସାୟିକ ସରୋଗେସିକୁ ନିଷିଦ୍ଧ କରାଯାଇଛି। କୁହାଯାଇଛି, ଯେଉଁ ଦମ୍ପତିଙ୍କର ପିଲାଛୁଆ ହେଉନଥିବ, ସେମାନେ ନୈତିକ ଉପାୟରେ ସରୋଗେସିର ସହାୟତା ନେଇପାରିବେ ।

ସରୋଗେସି ହେଉଛି ନିସନ୍ତାନ ଦମ୍ପତିଙ୍କ ପାଇଁ ଛୁଆ ଜନ୍ମ କରିବା । ଏହି ପଦ୍ଧତିରେ ପୁରୁଷ ଓ ନାରୀଙ୍କ ଭ୍ରୁଣକୁ ଅନ୍ୟ ଏକ ମହିଳାଙ୍କ ଗର୍ଭାଶୟରେ ସ୍ଥାପନ କରାଯାଇଥାଏ। କେନ୍ଦ୍ର ସରକାର ଅନୁଭବ କରିଛନ୍ତି, ଟଂକା ପାଇଁ ଅନେକ ମହିଳାଙ୍କୁ ଯନ୍ତ୍ରଣା ଭୋଗ କରିବାକୁ ପଡୁଛି। ତେଣୁ ବ୍ୟବସାୟିକ ସରୋଗେସି ନିଷିଦ୍ଧ କରିବାକୁ ନିଷ୍ପିତି ନେଇଛନ୍ତି ସରକାର।