ବେସରକାରୀ ଚାକିରି ସରକାରୀ ଦଲାଲ: ଅସ୍ଥାୟୀ ଚାକିରି ପାଇଁ ହେଉଛି ମୋଟା ଅଙ୍କର ଡିଲ୍

441

କନକ ବ୍ୟୁରୋ: ମାଲକାନଗିରିରେ ଅସ୍ଥାୟୀ ଚାକିରି ପାଇଁ ବଡ ମୋଟା ଅଙ୍କର ଡିଲ୍ । ରାଜ୍ୟ ସରକାରଙ୍କ ବିଭିନ୍ନ ଗୁରୁତ୍ୱପୁର୍ଣ ବିଭାଗରେ ଆଉଟସୋର୍ସିଙ୍ଗ ମାଧ୍ୟମରେ ନିଯୁକ୍ତି ଜାରି ରହିଛି । ଆଉ ଏହି ପଦ ପଦବୀ ଗୁଡିକ ଲାଗି ବେଧଡକ ଭାବେ ଲାଂଚ କାରବାର ହେଉଛି ମାଲକାନଗିରିରୋ ଆଉ କନକ ନ୍ୟୁଜ ହାତରେ ଲାଗିଛି ଏହାର ପ୍ରମାଣ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ, ଛୋଟ ଛୋଟ ପଦବୀ ପାଇଁ ମୋଟା ଅଙ୍କର କାରବାର ହେଉଛି । ଆଉ ଏହାର ମୁଖ୍ୟ ଦଲାଲ ସାଜିଛନ୍ତି ସରକାରୀ ବାବୁ । ଏବେ ଦେଖନ୍ତୁ କେଉଁ ପଦବୀ ଲାଗି କେତେ ଟଙ୍କାର କାରବାର ହେଉଛି ।

ସ୍ୱିପର ପଦବୀ – ୩୦ ହଜାର
ଆଟେଣ୍ଡାଣ୍ଟ – ୬୦ ହଜାର
ଷ୍ଟାଫ ନର୍ସ – ୭୦ ହଜାର
ଏମ.ଆର.ଏ ବା ମେଡିକାଲ ରେକର୍ଡ ଆସିଷ୍ଟାଣ୍ଟ– ୯୦ ହଜାର
ଏଏନଏମ୍ – ୧ ଲକ୍ଷ ୩୦ ହଜାର

ମାଲାକନଗିରି ସ୍ୱାସ୍ଥ୍ୟ ବିଭାଗରେ କାମ କରୁଥିବା ମାନସ ବାରିକ ନାମକ ସରକାରୀ ଫର୍ମାସିଷ୍ଟ ବେସରକାରୀ କମ୍ପାନୀ ର ଦଲାଲ ସାଜି କେମିତି ପିଲାଙ୍କ ସହ ଡିଲ କରୁ ଥିଲେ ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ ।

ଫାର୍ମାସିଷ୍ଟ ମାନଓ ବାରିକ ଓ ତାଙ୍କର କିଛି ସହଯୋଗୀ.. କମ୍ପାନା ର ଦଲାଲ ସାଜି ଜିଲ୍ଲାରେ ଥିବା କ୍ୱାକ ମାନଙ୍କ ନେଇ ଏକ ନେଟଓର୍କ ପ୍ରସ୍ତୁତ କରି ଥିଲେ । ଆଉ କନକ ନ୍ୟୁଜ ର ଷ୍ଟିଙ୍ଗ ଅପରେସନ ରେ ସେଇ କ୍ୱାକଙ୍କ ସବୁ କଳା କାରନାମା ଧରି ପଡି ଯାଇ ଥିଲା ।

କନନକନ୍ୟୁଜର ଷ୍ଟିଙ୍ଗ ଅପରେଶନରେ ମାଲକାନଗିରି ଏମଭି ୪୧ ନଂ ଗାଁ ର କ୍ୱାକ ଅଜୟ ବିଶ୍ୱାସ କେମିତି ଜଣେ ଚାକିରି ଆଶାୟୀଙ୍କ ସହ ମୁଲଚାଲ କରୁଛନ୍ତିା ଆଉ ମାନିଛନ୍ତି ବେକାରୀଙ୍କ ତାଲିକା ପ୍ରସ୍ତୁତ କରି ଟଙ୍କା ଆଦାୟ କରିବାକୁ ମାନସ ବାରିକ ତାଙ୍କୁ କହିଥିବା ସ୍ୱୀକାର କରିଛନ୍ତି ।

କେବଳ ସେତିକି ନୁହେଁ ନିର୍ଦିଷ୍ଟ ଏକ ଆଉଟ ସୋର୍ସିଙ୍ଗ କମ୍ପାନୀ ଜରିଆ ରେ ୮ ଟି ଭିନ୍ନ ଭିନ୍ନ ବର୍ଗ ରେ ନିଯୁକ୍ତି ଲାଗି ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଙ୍କ ସ୍ପଷ୍ଟ ନିର୍ଦ୍ଦେଶନାମା ରହିଛି । ତେବେ ଏହାକୁ ଅଣଦେଖା କରି କିଛି ନିର୍ଦିଷ୍ଟ କମ୍ପାନୀ କୁ ସୁହାଇଲା ପରି ଟେଣ୍ଡର ଆହ୍ୱାନ କରା ଯାଇଛି । ଟେଣ୍ଡର ବିଜ୍ଞପ୍ତିରେ ଉଲ୍ଲେଖ ନ ଥାଇ ମଧ୍ୟ ୯ ଜଣ ଏମଆରଏ ଓ ୮ ଜଣ ଏଏନଏମ ପଦବୀ ପୁରଣ କରା ଯାଇଛି । ଆଉ ଏହି ଦୁଇ ପଦବୀକୁ ମିସାଇ ୪୬ ଟି ପଦବୀ ଲାଗି ୪୬ ଲକ୍ଷ ଟଙ୍କା ଆଦାୟ ହୋଇ ଥିବା ଜଣା ପଡିଛି । ଏଥିରେ କିଛି ଅନ୍ୟ କର୍ମଚାରୀ ସାମିଲ ଥିବା ବି ଅଭିଯୋଗ ହୋଇଛି । ନିର୍ଦିଷ୍ଟ ଏକ କମ୍ପାନୀ ନାଁ ରେ ଅନେକ ସଙ୍ଗୀନ ଅଭିଯୋଗ ଥାଇ ମଧ୍ୟ ସେଇ କମ୍ପାନୀ ଗୁଡିକୁ କାର୍ଯ୍ୟ ଅବଧି ବୃଦ୍ଧି କରିବା ଘଟଣା ସିଡିଏମଓଙ୍କ କାର୍ଯ୍ୟକଳାପ ଉପରେ ସନ୍ଦେହ ସୃଷ୍ଟି କରିଛି । ଆଉ ପୁରା ଘଟଣାର ତଦନ୍ତ ଅତିରିକ୍ତ ଜିଲ୍ଲାପାଳ କରିବେ ।