ରାଜ୍ୟରେ ଘରୋଇ ବସ୍ ଧର୍ମଘଟ ଟାଳିବାକୁ ଆଲୋଚନା । ପରିବହନ ମନ୍ତ୍ରୀଙ୍କ ସହ ବସ୍ ମାଲିକ ସଂଘର ବୈଠକ

247

କନକ ବ୍ୟୁରୋ : ରାଜ୍ୟରେ ଘରୋଇ ବସ୍ ମାଲିକ ସଂଘର ଡାକରାରେ ଆଜି ବାଲେଶ୍ୱରକୁ ଛାଡି ଅନ୍ୟ ସବୁ ଜିଲ୍ଲାରେ ବସ୍ ଚଳାଚଳ ବନ୍ଦ ରହିଛି । ଲୋକମାନେ ଯିବା ଆସିବା ପାଇଁ ନାହିଁ ନଥିବାର ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଏହାକୁ ନଜରରେ ରଖି ପରିବହନ ମନ୍ତ୍ରୀ ଓ ବସ୍ ମାଲିକ ସଂଘ ଭିତରେ ଧର୍ମଘଟ ସ୍ଥଗିତ ରଖିବାକୁ ଆଲୋଚନା ଆରମ୍ଭ ହୋଇଛି । ଏହି ଆଲୋଚନାରେ ବସ୍ ମାଲିକ ସଂଘାର କର୍ମକର୍ତ୍ତା ଓ ପରିବହନ ମନ୍ତ୍ରୀ ଉପସ୍ଥିିତ ରହିଛନ୍ତି । ଏହା ସହ ପରିବହନ ଅଧିକାରୀ ଓ ବରିଷ୍ଠ ଅଧିକାରୀମାନେ ମଧ୍ୟ ବୈଠକରେ ଉପସ୍ଥିତ ହୋଇଛନ୍ତି ।

ବସ୍ ମାଲିକ ସଂଘ ଯେଉଁ ଦାବି ରଖିଛି ତା ଉପରେ ବିଚାର କରିବାକୁ ପରିବହନ ମନ୍ତ୍ରୀ ଟୁକୁନି ସାହୁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଘରୋଇ ବସ୍ ମାଲିକ ସଂଘ ଲିଖିତ ପ୍ରତିଶ୍ରୁତି ଦାବି କରିଛନ୍ତି । ଏହାସହ ଘରୋଇ ବସ୍ ମାଲିକମାନେ ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ‘ଲକ୍ଷ୍ମୀ ବସ୍’ ଯୋଜନାକୁ ବିରୋଧ କରି ଏହି ଧର୍ମଘଟ ଚଳାଇଛନ୍ତି ।