ରାମଭକ୍ତିରେ ମଗ୍ନ ପ୍ରଧାନମନ୍ତ୍ରୀ ମୋଦୀ: ଆନ୍ଧ୍ରପ୍ରଦେଶରେ ବୀରଭଦ୍ର ମନ୍ଦିରରେ କଲେ ସ୍ୱତନ୍ତ୍ର ପୂଜା ପାଠ ସହ ଆଳତୀ

86

କନକ ବ୍ୟୁରୋ: ଭିନ୍ନ ମୁଦ୍ରାରେ ନଜର ଆସିଲେ ପ୍ରଧାନମନ୍ତ୍ରୀ । ରାମଙ୍କ ଭକ୍ତିରେ ମଗ୍ନ ହେଲେ ମୋଦୀ । ଧ୍ୟାନମୁଦ୍ରାରେ ବସିଲେ । ରାମଭଜନ ଗାଇଲେ । ମଙ୍ଗଳବାର ଏଭଳି କିଛି ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶ ବୀରଭଦ୍ର ମନ୍ଦିରରେ । ଅଯୋଧ୍ୟ ମନ୍ଦିରର ପ୍ରାଣପ୍ରତିଷ୍ଠା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଆନ୍ଧ୍ରପଦେଶର ଲେପାକ୍ଷୀରେ ଥିବା ବୀରଭଦ୍ର ମନ୍ଦିର ବୁଲିବା ସହ ପୂଜା କରିଛନ୍ତି । ମନ୍ଦିରରେ ପ୍ରଧାନମନ୍ତ୍ରୀ ସ୍ୱତନ୍ତ୍ର ପୂଜା କରିବା ଆଳତି କରିଥିଲେ । ପରେ କିଛି ସମୟ ଧରି କରିବା ସହ ‘ଶ୍ରୀ ରାମ ଜୟ ରାମ’ ଭଜନ ଗାଇଥିଲେ । କିଛି ସମୟ ଧରି ଧ୍ୟାନରେ ବସିବା ପରେ ମନ୍ଦିର ପରିସର ବୁଲି ଦେଖିଥିଲେ ପ୍ରଧାନମନ୍ତ୍ରୀ ।