ରାଷ୍ଟ୍ରପତି ନିର୍ବାଚନରେ କ୍ରସ ଭୋଟିଂ ହେବ । ବିଜେଡିର ସଦସ୍ୟମାନେ ୟୁପିଏ ପ୍ରାର୍ଥୀଙ୍କୁ ଭୋଟ୍ ଦେବେ

32

କନକ ବ୍ୟୁରୋ: ରାଷ୍ଟ୍ରପତି ନିର୍ବାଚନରେ କ୍ରସ ଭୋଟିଂ ହେବ । ବିଜେଡିର ସଦସ୍ୟମାନେ ୟୁପିଏ ପ୍ରାର୍ଥୀଙ୍କୁ ଭୋଟ୍ ଦେବେ । ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତିଙ୍କ ଏଭଳି ମନ୍ତବ୍ୟ ପରେ ରାଜ୍ୟ ରାଜନୀତି ସରଗରମ । ତେବେ କଂଗ୍ରେସ ନେତାଙ୍କ ଏପରି ମନ୍ତବ୍ୟକୁ କିନ୍ତୁ ଗ୍ରହଣ କରିନି ବିଜେଡି ।

ରାଜ୍ୟସଭା ସାଂସଦ ତଥା ମୁଖପାତ୍ର ପ୍ରତାପ ଦେବ ବିଜେଡିର ନିଷ୍ପତି ସ୍ପଷ୍ଟ ବୋଲି କହିଛନ୍ତି । ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତ ମଧ୍ୟ କଂଗ୍ରେସର ମନ୍ତବ୍ୟକୁ ଖଣ୍ଡନ କରିଛନ୍ତି । କଂଗ୍ରେସ ସଂସ୍କୃତିରେ କ୍ରସ ଭୋଟିଂ ରହିଛି ବୋଲି କହିଛନ୍ତି ଦାମ ।