ପୁଣି ଜନନୀ ଯନ୍ତ୍ରଣାର ନଗ୍ନ ଚିତ୍ର ! ଆମ୍ବୁଲାନ୍ସ ଆସିବାକୁ ଗାଁକୁ ରାସ୍ତା ନଥିବାରୁ ଖଟିଆରେ ବୁହାହେଲେ ପ୍ରସୂତି

37

କନକ ବ୍ୟୁରୋ : ପୁଣି ଜନନୀ ଯନ୍ତ୍ରଣାର ନଗ୍ନ ଚିତ୍ର । ରାସ୍ତା ନଥିବାରୁ ଖଟିଆରେ ବୁହା ହେଲେ ଗର୍ଭବତୀ । କଳାହାଣ୍ଡି ଲାଞ୍ଜିଗଡ଼ ବ୍ଲକ ଲିଟିବଣ୍ଡେଲ ଗାଁରେ ଜଣେ ପ୍ରସୂତି ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଆଶାକର୍ମୀଙ୍କୁ ଖବର ଦିଆଯାଇଥିଲା । କିନ୍ତୁ ଆଶାକର୍ମୀ ଆସିନଥିଲେ । ଫଳରେ ଗାଁକୁ ଆସିବାକୁ ଆମ୍ବୁଲାନ୍ସ ନଥିବାରୁ ପରିବାର ଲୋକେ ପ୍ରସୂତିଙ୍କୁ ଖଟିଆରେ ବୋହିକି ନେଇଥିଲେ । ପାହାଡ ଓ ନଦୀ ପାର ହେବା ପରେ ଲାଞ୍ଜିଗଡ ନିକଟସ୍ଥ ଭୈରବ ମନ୍ଦିର ନିକଟରେ ପହଚିଂଥିଲେ । ସେଠାରୁ ୧୦୮ ଆମ୍ବୁୁଲାନ୍ସ ଯୋଗେ ମେଡିକାଲ ଅଣାଯାଇଥିଲା ।

ସୂଚନା ମୁତାବକ, ବେନଗାଁ ପଂଚାୟତର ଲିଟିବଣ୍ଡେଲ ଗାଁର ଜଣେ ପ୍ରସୂତି ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ପାଖ ଗାଁରେ ରହୁଥିବା ଆଶାକର୍ମୀଙ୍କୁ ଖବର ଦିଆଯାଇଥିଲା । ମାତ୍ର ଆଶାକର୍ମୀ ନଆସିବାରୁ ପରିବାର ଲୋକେ ଚିନ୍ତାରେ ପଡିଯାଇଥିଲେ ଏବଂ ଗାଁକୁ ଗାଡି ଆସିବା ପାଇଁ ରାସ୍ତା ନଥିବାରୁ ବାଧ୍ୟ ହୋଇ ପରିବାର ଲୋକେ ଭୋର ୪ଟାରୁ ପ୍ରସୂତିଙ୍କୁ ଏକ ଖଟିଆରେ ଭାରକରି ବୋହି ଆଣିଥିଲେ ।

ଦୁଇଟି ପାହାଡ଼ ଓ ଗୋଟିଏ ନଦୀ ପାର ହେଲାପରେ ସକାଳ ୭ଟାରେ ଲାଞ୍ଜିଗଡ ନିକଟସ୍ଥ ଭୈରବ ମନ୍ଦିର ପାଖରେ ପହିଂଚିଥିଲେ । ସେଠାରୁ ଆମ୍ବୁଲାନ୍ସ ଜରିଆରେ ଲାଞ୍ଜିଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ରାସ୍ତା ଅଭାବରୁ ଏହି ଗାଁରେ ଗର୍ଭବତୀ ମହିଳାମାନେ ବିପଦ ସଙ୍କୁଳ ଅବସ୍ଥାରେ ଡାକ୍ତରଖାନା ଯାଉଥିବା ବାରମ୍ବାର ଅଭିଯୋଗ ଆସୁଛି । ଏଥିସହିତ ରାସ୍ତା ଅଭାବରୁ ଏହି ଗାଁକୁ କୌଣସି ସ୍ୱାସ୍ଥ୍ୟକର୍ମୀମାନେ ମଧ୍ୟ ଆସୁନଥିବା ଗ୍ରାମବାସୀଙ୍କ ଅଭିଯୋଗ ରହିଛି ।