ହତ୍ୟାକାଣ୍ଡର କାରଣ ଓ ପ୍ରମାଣ ଖୋଜୁଛି ତଦନ୍ତକାରୀ ଟିମ୍ । କ୍ରାଇମ୍ ସ୍ପଟରେ ଲଗାଇଲା ଶକ୍ତିଶାଳୀ ‘ଫାରୋ’ କ୍ୟାମେରା

ଥ୍ରୀ-ଡି କ୍ୟାମେରାରେ କଏଦ ହୋଇପାରିବ ଘଟଣାସ୍ଥଳର ଟିକିନିକି ଚିତ୍ର

363

କନକ ବ୍ୟୁରୋ: ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣା ଅତି ସମ୍ବେଦନଶୀଳ ହୋଇଥିବାରୁ ଯେମିତି କୌଣସି ପ୍ରମାଣ ହାତଛଡା ନହୁଏ ସେଥିପାଇଁ ଅଧିକ ସଜାଗ ରହିଛି କ୍ରାଇମବ୍ରାଞ୍ଚ । କ୍ରାଇମ ସ୍ପଟରେ ଫାରୋ କ୍ୟାମେରା ଲଗାଇ ପୂରା ଘଟଣାସ୍ଥଳର ଫଟୋଗ୍ରାଫି କରାଯାଇଛି । ଏହି ଥ୍ରୀ-ଡି କ୍ୟାମେରାରେ କଏଦ ହୋଇପାରିଛି କ୍ରାଇମ୍ ସ୍ପଷ୍ଟର ଟିକନିକ୍ ଚିତ୍ର ।

ଝାରସୁଗୁଡା ବ୍ରଜରାଜନଗର ଗାନ୍ଧୀ ଛକରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳିମାଡ କରାଯାଇଥିଲା । ଏବେ ସେହି ସ୍ଥାନରେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କ ତତ୍ୱାବଧାନରେ ଚାଲିଛି ଛାନଭିନ୍ । ମିଳିଥିବା ସୂଚନା ଅନୁସାରେ ଘଟଣାସ୍ଥଳର ଯାଞ୍ଚ କରିବାରେ ଓଡିଶା କ୍ରାଇମବ୍ରାଞ୍ଚକୁ ସହଯୋଗ କରୁଛି ଦିଲ୍ଲୀର ଏକ ଟିମ୍ । ଯେଉଁମାନେ ସାଙ୍ଗରେ ନେଇ ଆସିଥିବା ଫାରୋ କ୍ୟାମେରାରରେ ଘଟଣାସ୍ଥଳର ଫଟୋଗ୍ରାଫି କରୁଛନ୍ତି । କାରଣ ଏହି ଥ୍ରୀ-ଡି କ୍ୟାମେରାରରେ କଏଦ ହୋଇପାରିବ ଟିକନିକ୍ ଚିତ୍ର ।

  • ଅପରାଧ ଗୋଟିଏ ମିନିଟ୍ କିମ୍ବା ଗୋଟିଏ ସେକେଣ୍ଡରେ ଘଟିଥାଏ
  • ଅପରାଧ ସ୍ଥଳର ଫରେନସିକ ତଥ୍ୟ ତଦନ୍ତରେ ବେଶ ସହାୟକ ହୁଏ
  • ରକ୍ତ ନମୁନାରୁ ଆରମ୍ଭ କରି ମାରଣାସ୍ତ୍ରର ଡକ୍ୟୁମେଣ୍ଟେସନ ଜରୁରୀ
  • ଅପରାଧ ଯେତେ ସାଂଘାତିକ, ତଥ୍ୟ ଓ ପ୍ରମାଣ ସେତେ ଗୁରୁତ୍ୱପୂର୍ଣ୍ଣ
  • ଘଟଣାସ୍ଥଳର ଥ୍ରୀ-ଡି ଫଟୋ ପାଇଁ ବ୍ୟବହାର ହୁଏ ‘ଫାରୋ’ କ୍ୟାମେରା
  • ଲେଜର ସ୍କାନର ଜରିଆରେ ଫାରୋ ଥ୍ରୀ ଡାଇମେନସନ୍ ଫଟୋ ଉଠାଏ
  • ୩୬୦ ଡିଗ୍ରୀରେ ଏହା ୧ ହଜାର ଫୁଟ୍ ଯାଏଁ ଫଟୋ ଉଠାଇପାରେ
  • ୨ ମିଲିମିଟର ଆକୃତିର ଛବିକୁ ମଧ୍ୟ ଅତି ସ୍ପଷ୍ଟତାର ସହ ଦଖାଇପାରେ
  • କଲର ଫଟୋ ଉଠାଇବାକୁ ସକ୍ଷମ, ଯାହା ତଦନ୍ତରେ ସହାୟତା କରେ
  • ତଦନ୍ତକାରୀ ଦଳ ଏହି ଫଟୋକୁ ବାରମ୍ବାର ଦେଖି ତଥ୍ୟ, ପ୍ରମାଣ ଯୋଗାଡ କରେ

ଏଭଳି ଅତ୍ୟାଧୁନିକ କ୍ୟାମେରା ବ୍ୟବହାର କରି ଖାଲି ଆଖିରେ ପଡୁନଥିବା ଛୋଟଛୋଟ ଜିନିଷକୁ ମଧ୍ୟ ଯାଞ୍ଚ କରିବା ସମ୍ଭବ ହୁଏ । ତେଣୁ ତଦନ୍ତକାରୀ ଦଳ ଏହାକୁ ଅନୁଧ୍ୟାନ କରି ଅପରାଧୀ ବିରୋଧରେ ତଥ୍ୟ ପ୍ରମାଣ ଯୋଗାଡ କରିବା ସମ୍ଭବ ହୁଏ । ଫରେନସିକ ଲ୍ୟାବରେ ଏହି ତଥ୍ୟକୁ ଯାଞ୍ଚ କରି ଅପରାଧୀକୁ ଦୋଷୀ ସାବ୍ୟସ୍ତ କରିବା ଲାଗି ପ୍ରମାଣ ଏକାଠି କରେ ଯାଞ୍ଚକାରୀ ଦଳ ।