ଆସନ୍ତାକାଲି ସାଧାରଣ ବଜେଟ । ଦିନକ ପୂର୍ବରୁ ଆସିଲା ଅର୍ଥନୈତିକ ସର୍ଭେ ରିପୋର୍ଟ ।

୨୦୨୩-୨୪ ଆର୍ଥିକ ବର୍ଷରେ ୬.୫ ପ୍ରତିଶତ ଜିଡିପି ଅଭିବୃଦ୍ଧି ରହିବା ଆକଳନ

1,721

କନକ ବ୍ୟୁରୋ: ବଜେଟ୍ ପୂର୍ବରୁ ଲୋକସଭାରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ୨୦୨୩-୨୪ ଆର୍ଥିକ ବର୍ଷରେ ୬.୫ ପ୍ରତିଶତ ଜିଡିପି ଅଭିବୃଦ୍ଧି ରହିବା ନେଇ ଆକଳନ କରାଯାଇଛି । ବିଶ୍ୱର ବିଭିନ୍ନ ରାଷ୍ଟ୍ର ମାନ୍ଦାବସ୍ତାର ସମ୍ମୁଖୀନ ହେବାର ଆକଳନ କରାଯାଇଥିବା ବେଳେ ଭାରତ, ବିଶ୍ୱର ପ୍ରମୁଖ ଦ୍ରୁତତମ ଅର୍ଥନୀତି ଭାବେ ସ୍ଥାନ ବଜାଇ ରଖିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ।

  • ଚଳିତ ଆର୍ଥିକ ବର୍ଷରେ କେମିତି ଥିଲା ବିକାଶ?
  • କେଉଁ କ୍ଷେତ୍ରରେ କେତେ ହୋଇଛି ନିବେଶ ?

ସଂସଦରେ ଉପସ୍ଥାପିତ ହୋଇଛି ଅର୍ଥନୈତିକ ସର୍ଭେକ୍ଷଣ ରିପୋର୍ଟ । ସାଧାରଣ ବଜେଟରେ ଗୋଟିଏ ଦିନ ପୂର୍ବରୁ ଦେଶର ଆର୍ଥିକ ହାଲଚାଲ କିଭଳି ଅଛି ତାର ବିବରଣୀ ପ୍ରସ୍ତୁତ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ଅର୍ଥନୈତିକ ସର୍ଭେ ରିପୋର୍ଟରେ…

  • ଦେଶର ବିକାଶ ଦର ବା ଜିଡିପି ୬.୫% ରହିବା ଅନୁମାନ
  • ଏହାସତ୍ତ୍ୱେ ଭାରତର ଅର୍ଥନୀତି ୭% ହିସାବରେ ଅଭିବୃଦ୍ଧି ଘଟିବ
  • ବିଶ୍ୱର ପ୍ରମୁଖ ଦ୍ରୁତତମ ଅର୍ଥନୀତି ଭାବେ ସ୍ଥାନ ବଜାୟ ରଖିବ ଭାରତ
  • କୋଭିଡ ପରେ ଦେଶର ଅର୍ଥନୀତିରେ ଦ୍ରୁତ ଅଭିବୃଦ୍ଧି ଘଟିଛି
  • ଋଷ-ୟୁକ୍ରେନ ଯୁଦ୍ଧ ଯୋଗୁଁ ମହଙ୍ଗାମାଡ ଅଧିକ ହୋଇଛି
  • ଭାରତୀୟ ଅର୍ଥବ୍ୟବସ୍ଥାରେ ବ୍ୟାପକ ସଂସ୍କାର ଆସିଛି
  • ୨୦୨୨ ଏପ୍ରିଲରୁ ନଭେମ୍ବର ମଧ୍ୟରେ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ବଢିଛି

ନିର୍ମଳା ବଜେଟ ଉପରେ ଦେଶର ନଜର

କଣ ଶସ୍ତା ହେବ , କଣ ହେବ ମହଙ୍ଗା?

ଆୟକର ସୀମା ବଢିବ ନା କମିବ ?

ପାର୍ଲାମେଣ୍ଟରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ ହେବା ପରେ ଏବେ ସାରା ଦେଶର ନଜର ରହିଛି କେନ୍ଦ୍ର ବଜେଟ ଉପରେ । ଏଥର ବଜେଟରେ ଅନେକ କିଛି ଆଶା ରଖିଛନ୍ତି ଜନତା ।

  • କୃଷକଙ୍କୁ ଖୁସି କରିବା ପାଇଁ ବଡ ଘୋଷଣା ହୋଇପାରେ
  • ଆୟକର ସୀମାରେ ପରିବର୍ତ୍ତନ ହେବ ନା ନାହିଁ ସେ ଉପରେ ରହିବ ନଜର
  • ମଧ୍ୟବିତ୍ତ ଶ୍ରେଣୀକୁ ଖୁସି କରିବା ପାଇଁ ହୋଇପାରେ ବଡ ଘୋଷଣା
  • ବିଦେଶରୁ ଆମଦାନୀ ହେଉଥିବା କିଛି ଜିନିଷ ଉପରେ କଷ୍ଟମ ଡ୍ୟୁଟି ବଢିପାରେ
  • ସବୁ ବର୍ଗକୁ ଖୁସି କରିବା ପାଇଁ ବଡ ଘୋଷଣା ସମ୍ଭାବନା
  • ଯୁବଗୋଷ୍ଠୀଙ୍କୁ ଅଧିକ ନିଯୁକ୍ତି ସମ୍ଭାବନା
  • ଗୃହ ଋଣରେ ରିହାତି ମିଳିପାରେ
  • ମୁଦ୍ରାସ୍ପୀତି କମାଇବାକୁ ହୋଇପାରେ ଉଦ୍ୟମ
  • ସ୍ୱାସ୍ଥ୍ୟ ବୀମା କ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ

ବୁଧବାର ପାର୍ଲାମେଣ୍ଟରେ ଉପସ୍ଥାପିତ ହେବାକୁ ଥିବା ବଜେଟରେ ଓଡିଶାକୁ ଅଧିକ ଅନୁଦାନ ନେଇ ଆଶା ବଢିଛି । ଭିତ୍ତିଭୂମି, ଶିଳ୍ପ ଓ ରେଳବାଇ କ୍ଷେତ୍ରରେ ଓଡିଶାକୁ ଅଧିକ ପ୍ରାଥମିକତା ଦେବେ କି କେନ୍ଦ୍ର ସରକାର । ମିଳିଥିବା ସୂଚନା ଅନୁସାରେ, ୨୦୨୩-୨୪ ପାଇଁ ୮ହଜାର ୪ ଶହ କୋଟି ଟଙ୍କାର ରେଳପ୍ରକଳ୍ପ ପାଇଁ ରାଜ୍ୟ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛିନ୍ତି । ଏଥିରେ ରହିଛି, ଚାଲୁଥିବା ପ୍ରକଳ୍ପକୁ ଅନୁଦାନ, ନୂଆ ରେଳଲାଇନ, ଷ୍ଟେସନ ଆଧୁନିକୀକରଣ । ନୂଆ ଟ୍ରେନ ଚଳାଚଳ, ଟ୍ରେନ ଗତିପଥର ସଂପ୍ରସାରଣ, ଯାତ୍ରୀ ସୁବିଧା ବଢାଇବା । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ମୋଦି ସରକାରଙ୍କ ଏହା ହେବ ଶେଷ ପୂର୍ଣ୍ଣାଙ୍ଗ ବଜେଟ । ତେଣୁ ସବୁବର୍ଗଙ୍କୁ ଖୁସି କରିବା ପାଇଁ ଅର୍ଥମନ୍ତ୍ରୀ ଉଦ୍ୟମ କରିବେ ବୋଲି ଆଶା କରାଯାଉଛି ।