ବିଜୟ ପରେ ବୟାନବାଜି । ବିଜେଡି ବିରୋଧରେ ସୁର ଆଣିଲେ ସାଂଘାତିକ ଅଭିଯୋଗ, ବାବା ରଖିଲେ ଜବାବ୍ ।

657

କନକ ବ୍ୟୁରୋ: ଚଳିତ ନିର୍ବାଚନରେ ବିଜେଡିର ବଡ଼ ବିଜୟ ନେଇ ଅଭିଯୋଗ ଆଣିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ସେ କହିଛନ୍ତି କି, ନିର୍ବାଚନ ଲଢ଼ିବାକୁ ପ୍ରତି ବିଧାୟକ ପ୍ରାର୍ଥୀଙ୍କୁ ପୁଳା ପୁଳା ଟଙ୍କା ବାଣ୍ଟିଥିଲା ବିଜେଡି । ଏପରିକି ପ୍ରତି ବିଧାୟକଙ୍କୁ ପ୍ରାୟ ୫କୋଟି ଲେଖାଏଁ ଟଙ୍କା ଦେଇଥିଲା ବୋଲି ସାଂଘାତିକ ଅଭିଯୋଗ ଆଣିଛନ୍ତି ଜଟଣୀ କଂଗ୍ରେସ ବିଧାୟକ ସୁର ରାଉତରାୟ ।

bjd and congress on kranti divasଅନ୍ୟପଟେ ଅର୍ଥ ବଳରେ ବିଜେଡି ପ୍ରାର୍ଥୀମାନେ ନିର୍ବାଚନ ଜିତିଛନ୍ତି । ସେହି ସମୟରେ କଂଗ୍ରେସ ପ୍ରାର୍ଥୀମାନଙ୍କୁ ମାତ୍ର ୫ଲକ୍ଷ ଲେଖାଏଁ ଟଙ୍କା ଦିଆଯାଇଥିଲା ବୋଲି ଯୁକ୍ତି ବାଢ଼ିଛନ୍ତି ସୁର । ଯାହା ନିର୍ବାଚନ ଲଢ଼ିବା ପାଇଁ ଯଥେଷ୍ଟ ନଥିଲା । ହେଲେ ତାଙ୍କୁ ଜଟଣୀବାସୀ ବହୁ ସଂଖ୍ୟାରେ ଭୋଟ୍ ଦେଇ ବିଜୟୀ କରିଥିବାରୁ ନିର୍ବାଚନମଣ୍ଡଳୀର ଲୋକଙ୍କୁ ଧନ୍ୟବାଦ ଦେଇଛନ୍ତି ସୁର ।

ସେପଟେ ସୁରଙ୍କ ଅଭିଯୋଗର କଡ଼ା ଜବାବ ଦେଇଛନ୍ତି ବିଜେଡି ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀ । ସେ କହିଛନ୍ତି କି, ବିରୋଧୀ ଦଳମାନେ ଏମିତି ଅନେକ ଅଭିଯୋଗ ଆଣିବେ । ବିଜେଡି ସୁପ୍ରିମୋ ନବୀନ ବାବୁ ଏକ ବ୍ରାଣ୍ଡ୍ , ଚଳିତ ନିର୍ବାଚନରେ ତାଙ୍କ ନାଁରେ ହିଁ ଏଥର ମା’ ମାନେ ଆଶୀର୍ବାଦ ଢ଼ାଳିଛନ୍ତି । ତେଣୁ କେଉଁ ଅଭିଯୋଗ କେତେ ସତ ତାହା ଓଡ଼ିଶାବାସୀ ନିଷ୍ପତି ନେବେ । ନିର୍ବାଚନୀ ଖର୍ଚ୍ଚର ହିସାବ ନିର୍ବାଚନ କମିଶନଙ୍କ ଛଡ଼ା କାହା ପାଖରେ ନାହିଁ । ତେଣୁ ଏଭଳି ଅଭିଯୋଗ ଆଣିବା ନବୀନଙ୍କ ବ୍ୟକ୍ତିତ୍ୱ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି କହିଛନ୍ତି ପ୍ରସନ୍ନ ପାଟ୍ଟଶାଣୀ ।