ପାକିସ୍ତାନର ପୂର୍ବତନ ଅଧିନାୟକ ମିସବାଙ୍କ ମୁହଁରେ ଧୋନୀଙ୍କ ତାରିଫ୍ ! କହିଲେ ଭାରତୀୟ କ୍ରିକେଟରେ ବଡ ପରିବର୍ତ୍ତନ ଆଣିଛନ୍ତି ଧୋନୀ ।

250

କନକ ବ୍ୟୁରୋ : ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ପ୍ରଂଶସା କରିଛନ୍ତି ପାକିସ୍ତାନ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମିସବା ଉଲ୍ ହକ୍ । ମିସବା କହିଛନ୍ତି, ଭାରତୀୟ କ୍ରିକେଟ ଦଳରେ ଯେଉଁ ଭଳି ବଡ ଧରଣର ପରିବର୍ତ୍ତନ ଆସିଛି, ସେଥିରେ ଧୋନୀଙ୍କ ଅବଦାନ ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ । ରାହୁଲ ଦ୍ରାବିଡ ଏବଂ ସୌରଭ ଗାଙ୍ଗୁଲି ମଧ୍ୟ ଅଧିନାୟକ ଭାବେ ଭଲ ପ୍ରଦର୍ଶନ କରିଛନ୍ତି କିନ୍ତୁ ଧୋନି ଅଧିନାୟକ ହେବା ପରେ ଭାରତ ଅଧିକ ସଫଳତା ପାଇଛି ବୋଲି ମିସବା କହିଛନ୍ତି ।

ଗତ ଫେବୃଆରୀ ୧୪ ତାରିଖରେ ପୁଲୱାମାରେ ଯବାନଙ୍କ ଉପରକୁ ଆତଙ୍କବାଦୀ ଆକ୍ରମଣ ଆଉ ଆତଙ୍କୀ ହମଲାର ଜବାବ ପାଇଁ ପାକିସ୍ତାନ ବାଲାକୋଟରେ ଭାରତର ଏୟାରଷ୍ଟ୍ରାଇକ୍ । ଏହି ଦୁଇଟି ବଡ ଘଟଣା ପରେ ଭାରତ-ପାକିସ୍ତାନ ସମ୍ପର୍କରେ ତିକ୍ତତା ଆହୁରି ବଢିଯାଇଥିଲା । ଆଉ ଏହି ଘଟଣାର ପ୍ରଭାବ ବିଶ୍ୱକପ କ୍ରିକେଟରେ ପଡିପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା । ଏପରିକି ବିଶ୍ୱକପରେ ପାକିସ୍ତାନ ସହ ଭାରତ ନଖେଳିବା ନେଇ ମଧ୍ୟ ଆଲୋଚନା ଲାଗି ରହିଥିଲା । ଆଉ ଶେଷରେ ଭାରତ-ପାକିସ୍ତାନ ମ୍ୟାଚ ହେବା ନେଇ ସ୍ପଷ୍ଟ କରିଥିଲା ଆଇସିସି ।