ଜେଟ୍ ଏୟାରୱେଜର ୨୦୦୦ କର୍ମଚାରୀଙ୍କୁ ଚାକିରୀ ଦେବ ସ୍ପାଇସଜେଟ୍ : ଏପ୍ରିଲରୁ ଅସ୍ଥାୟୀ ରୂପେ ବନ୍ଦ ହୋଇଯାଇଛି ଜେଟ୍ ଏୟାରୱେଜ୍

127

ଆର୍ଥିକ ସଂକଟ କାରଣରୁ ବନ୍ଦ ହୋଇଯାଇଥିବା ପ୍ରାଇଭେଟ୍ ଏୟାରଲାଇନ୍ ସ୍ପାଇସଜେଟର ପାଇଲଟ୍ ଓ ଚାଳକ ଦଳର ସଦସ୍ୟଙ୍କ ସହିତ ମୋଟ୍ ୨ହଜାର ଜେଟ୍ ଏୟାରୱେଜ୍ କର୍ମୀଙ୍କୁ ଚାକିରୀ ଦେବ ସ୍ପାଇସଜେଟ୍ । ଏହି ସମୟରେ ଜେଟ୍ ଏୟାରୱେଜର ପରିଚାଳନା ଅସ୍ଥାୟୀ ରୂପେ ବନ୍ଦ ଅଛି । ଯେବେକି, ବଜେଟ୍ ବିମାନ କମ୍ପାନୀ ସ୍ପାଇସଜେଟ୍ ନିଜ ପରିଚାଳନାର ବିସ୍ତାର କରୁଛି । ଏୟାରଲାଇନ୍ ପୂର୍ବରୁ ଅତିକମରେ ଜେଟ୍ ଏୟାରୱେଜ୍ ଦ୍ୱାରା ବ୍ୟବହାର କରାଯାଇଥିବା ୨୨ ବିମାନ ନିଜ ପକ୍ଷରେ ସାମିଲ କରିସାରିଛି । ସୂଚନାଯୋଗ୍ୟ, ଜେଟ୍ ଏୟାରୱେଜ୍ ଏପ୍ରିଲରୁ ଅସ୍ଥାୟୀ ରୂପେ ନିଜ ପରିଚାଳନା ବନ୍ଦ କରିଦେଇଥିଲା ।

ସ୍ପାଇସଜେଟର ଚେୟାରମ୍ୟାନ୍ ଏବଂ ପ୍ରବନ୍ଧକ ନିର୍ଦ୍ଦେଶକ କହିଛନ୍ତି କି, “ଜେଟ୍ ଏୟାରୱେଜର ଲୋକଙ୍କୁ ଆମ ସହିତ ଯୋଡିଛୁ । ସେମାନେ ଯୋଗ୍ୟ ଓ ପ୍ରୋଫେସନାଲ । ଆମେ ଆଗକୁ ମଧ୍ୟ ଜେଟ୍ ଏୟାରୱେଜର ଲୋକଙ୍କୁ ଚାକିରୀ ଦେବା ଜାରି ରଖିବୁ । ଏବେ ଆମେ ଜେଟ୍ ଏୟାରୱେଜର ୧,୧୦୦ କର୍ମଚାରୀଙ୍କୁ ନିଜ ସହିତ ଯୋଡିଛୁ । ଆଶା ଅଛି ଯେ, ଏହି ଆକଳନ ୨୦୦୦ରୁ ଉପରକୁ ଯିବ । ଏଥିରେ ପାଇଲଟ୍, ଚାଳକ ଦଳ ସଦସ୍ୟ ଓ ବିମାନ ବନ୍ଦର ସେବା ଓ ସୁରକ୍ଷା ସହିତ ଜଡିତ ଲୋକ ଅଛନ୍ତିି ।”