ଜବରଦଖଲ ଉଚ୍ଛେଦ ବେଳେ ମାନବିକତା ଭୁଲିଗଲା ପୋଲିସ । ବିରୋଧ କରୁଥିବା ଲୋକଙ୍କୁ ଉଠାଇନେବା ବେଳେ ନିସ୍ତୁକ ମାଡ । ବାଦ୍ ପଡିଲେନି ସାମ୍ବାଦିକ

234

କନକ ବ୍ୟୁରୋ: କୁଚିଣ୍ଡାରେ ଜବରଦଖଲ ଉଚ୍ଛେଦ ବେଳେ ମାନବିକତା ଭୁଲିଗଲା ପୋଲିସ । ବିରୋଧ କରୁଥିବା ବେଳେ ସାଧାରଣ ଲୋକଙ୍କୁ ଉଠାଇ ନେବା ସହ ପୋଲିସ ମାଡ଼ ମାରିଥିବା ଅଭିଯୋଗ । ପୋଲିସ ଗାଡ଼ିରେ ଲୋକଙ୍କୁ ବଳପୂର୍ବକ ବସାଇବା ସହ ମାଡ଼ ମାରିବାର ଚିତ୍ର ସାମ୍ନାକୁ ଆସିଛି । ଏହି ସମୟରେ ଭିଡିଓ ଉତୋଳନ କରୁଥିବା ସାମ୍ବାଦିକ ମାନଙ୍କୁ ମଧ୍ୟ ଛାଡ଼ି ନାହାନ୍ତି ପୋଲିସ କର୍ମଚାରୀ । ଲୋକଙ୍କୁ ଦୁର୍ବ୍ୟବହାର କରାଯାଉଥିବା ଚିତ୍ର କ୍ୟାମେରାରେ କଏଦ କରୁଥିବା ସାମ୍ବାଦିକଙ୍କ ଠାରୁ ମୋବାଇଲ ଛଡ଼ାଇ ନେଇଥିଲେ । ପରେ ବୁଝାସୁଝା କରିବା ପରେ କନକ ନ୍ୟୁଜର ସାମ୍ବାଦିକଙ୍କୁ ମୋବାଇଲ ଫେରାଇଥିଲା ପୋଲିସ ।