ଶାନ୍ତି ଖୋଜୁଛି ନିଆଳିର ପୋଦନା ଗାଁ ! ରାଜନୈତିକ ହିଂସାକାଣ୍ଡର ୨ ମାସ ପରେ ବି ଗାଁ ଜନଶୂନ୍ୟ

25

କନକ ବ୍ୟୁରୋ : ଶାନ୍ତି ମାଗୁଛି ପୋଦନା ଗାଁ । ଗତ ପଂଚାୟତ ନିର୍ବାଚନ ରେ ରାଜନୈତିକ ହିଂସାକାଣ୍ଡ ଦ୍ୱାରା କଟକ ନିଆଳି ଥାନା ଅନ୍ତର୍ଗତ ପୋଦନା ଗାଁ ଜଳିପୋଡ଼ି ନଷ୍ଟ ହୋଇଯାଇଥିଲା । ଏହା ସହ ଜଣେ ରାଜନୈତିକ କର୍ମୀଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ଆଜକୁ ଦୁଇମାସ ବିତି ଯାଇଥିଲେ ଏ ସମସ୍ୟାର ସମାଧାନ ହୋଇପାରିନି ।

ଏପର୍ଯ୍ୟନ୍ତ ମୃତକଙ୍କ ପରିବାରକୁ ନ୍ୟାୟ ମିଳିନଥିବା ବେଳେ ଗାଁକୁ ଶାନ୍ତି ଫେରିନି । ଆଜି ବି ଗାଁ ଜନଶୁନ୍ୟ । ଗାଁର ପିଲାଙ୍କ ପାଠପଢା ବନ୍ଦ ହୋଇଯାଛି । ଗାଁକୁ ବିଭିନ୍ନ ରାଜନୈତିକ ବ୍ୟକ୍ତି ଏବଂ ମାନବଧିକାର କର୍ମୀ ଯାଇ ଫେରିଥିଲେ ମଧ୍ୟ ଶାନ୍ତି ଫେରିନି । ପ୍ରଶାସନ ସବୁ ଜାଣିଥିଲେ ମଧ୍ୟ ଚୁପ ହୋଇ ବସିଛି ।