ଗୁଜୁରାଟରେ ନିର୍ମାଣ ହେବ ଦେଶର ପ୍ରଥମ ମିଲିଟାରୀ ପରିବହନ ବିମାନ : ବିନିଯୋଗ ହେବ ୨୨ହଜାର କୋଟିରୁ ଅଧିକ ଟଙ୍କା

100

କନକ ବ୍ୟୁରୋ : ଗୁଜୁରାଟରେ ନିର୍ମାଣ ହେବ ଦେଶର ପ୍ରଥମ ମିଲିଟାରୀ ପରିବହନ ବିମାନ । ଏଥିପାଇଁ ପ୍ରାୟ ୨୨ ହଜାର କୋଟି ଟଙ୍କା ବିନିଯୋଗ କରିବେ ବିଶ୍ୱର ପ୍ରମୁଖ ବିମାନ ନିର୍ମାଣକାରୀ ସଂସ୍ଥା ଏୟାରବସ ଏବଂ ଟାଟା । ଏସମ୍ପର୍କରେ ସୂଚନା ଦେଇ ପ୍ରତିରକ୍ଷା ସଚିବ ଅଜୟ କୁମାର କହିଛନ୍ତି, ଭାରତରେ ପ୍ରଥମ ଥର ପାଇଁ କୌଣସି ଘରୋଇ କମ୍ପାନୀ ପକ୍ଷରୁ ମିଲିଟାରୀ ପରିବହନ ବିମାନ ନିର୍ମାଣ କରାଯିବ ।

ପ୍ରକଳ୍ପ ପାଇଁ ୨୨ ହଜାର ୯୩୫ କୋଟି ଟଙ୍କା ନିବେଶ ହେବ । କେବଳ ସାମରିକ ନୁହେଁ ବେସାମରିକ କାମ ପାଇଁ ମଧ୍ୟ ବି ଏହା ବ୍ୟବହାର ହୋଇପାରିବ । ଗୂଜରାଟ ନିର୍ବାଚନ ପାଖେଇ ଆସୁଥିବା ବେଳେ ଏଭଳି ପ୍ରକଳ୍ପ ବିଜେପିର ଭୋଟ ବ୍ୟାଙ୍କ ବଢାଇବ ବୋଲି କୁହାଯାଉଛି । ବରୋଦାରେ ହେବାକୁ ଥିବା ଏହି ପ୍ରକଳ୍ପର ରବିବାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ପ୍ରକଳ୍ପ ଜରିଆରେ ହଜାର ହଜାର ନିଯୁକ୍ତି ସୃଷ୍ଟି ହେବ ବୋଲି କୁହାଯାଉଛି । ଯାହା ମୋଦୀଙ୍କ ମେକ ଇନ୍ ଇଣ୍ଡିଆ କାର୍ଯକ୍ରମକୁ ପ୍ରୋତ୍ସହିତ କରିବ ।