ଜାନୁଆରୀ ୨୭ ତାରିଖରେ ପ୍ରଧାନମନ୍ତ୍ରୀ କରିବେ “ପରୀକ୍ଷା ପେ ଚର୍ଚ୍ଚା”। ଛାତ୍ର, ଶିକ୍ଷକ ଓ ଅବିଭାବକଙ୍କୁ କରିବେ ସମ୍ବୋଧିତ

83

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାନୁଆରୀ ୨୭ ତାରିଖରେ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଭାଗନେବେ । ଏହି କ୍ରମରେ ପ୍ରଧାନମନ୍ତ୍ରୀ ଛାତ୍ର, ଶିକ୍ଷକ ଓ ଅବିଭାବକମାନଙ୍କୁ ସମ୍ବୋଧିତ କରିବେ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏନେଇ ସୂଚନା ଦେଇଛନ୍ତି । ଏହାସହ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି କି ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀଣି ବୈଠକ ଜାନୁଆରୀ ୧୬ ଓ ୧୭ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହେବାକୁ ଯାଉଛି । ଏହି କାର୍ଯ୍ୟକ୍ରମକୁ ବି ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି କାର୍ଯ୍ୟକ୍ରମରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ ଘୋଷଣା କରାଯାଇପାରେ । ଏହାସହ ଦଳୀୟ ସୂତ୍ର ମୁତାବକ ଆଗାମୀ ବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନ ନେଇ ଆଲୋଚନା ହୋଇପାରେ ।

ସେପଟେ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଛାତ୍ର, ଶିକ୍ଷକ ଓ ଅବିଭାବକଙ୍କ ସହ ଆଲୋଚନା କରି ପରୀକ୍ଷା ବେଳେ ଥିବା ବିଭିନ୍ନ ସମସ୍ୟାରୁ କିଭଳି ମୁକ୍ତିମିଳିବ ତାହା ଉପରେ ପରାମର୍ଶ ଦେବେ । ଏନେଇ ଶିକ୍ଷାମନ୍ତ୍ରଣାଳୟ ତରଫରୁ ଏହି କାର୍ଯ୍ୟକ୍ରମରେ ଭାଗନେବାକୁ ଆହ୍ୱାନ ଦିଆଯାଇଛି । ଏଥିରେ କୁହାଯାଇଛି କି, ପରୀକ୍ଷାର୍ଥୀମାନେ ପରୀକ୍ଷା ସମୟରେ ମନରେ ଥିବା ଭୟକୁ ଦୂରକରିବା ଓ ଏହାକୁ ଏକ ପର୍ବଭଳି ପାଳନ କରିବାର ମନ୍ତ୍ର ଏହି କାର୍ଯ୍ୟକ୍ରମରୁ ପାଆନ୍ତୁ ।