କର୍ମଚାରୀଙ୍କ ମୃତ୍ୟୁ ପରେ ପିଏଫ ବିଭାଗ ଦେବ ଟଙ୍କା : ଲାଗୁ ହେଲା ନୂଆ ନିୟମ

50

ଚାକିରୀ ସମୟରେ କୌଣସି ଦୁର୍ଘଟଣାର ଶିକାର ହେଉଥିବା କର୍ମଚାରୀଙ୍କ ପରିଜନଙ୍କୁ ପିଏଫ ବିଭାଗରୁ ନ୍ୟୁନତମ ୨.୫ ଲକ୍ଷ ଟଙ୍କା ମିଳିବ ବୋଲି କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ପକ୍ଷରୁ ଘୋଷଣା କରାଯାଇଛି । ଏହା ବ୍ୟତୀତ, କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ପକ୍ଷରୁ ନୋଟିଫିକେସନ ମଧ୍ୟ ଜାରି କରାଯାଇଛି । ୨୫ ଫେବୃୟାରୀରୁ ଏହା ଲାଗୁ ମଧ୍ୟ ହେଇଗଲାଣି ।

ଏ ପର୍ଯ୍ୟନ୍ତ ନିମ୍ନତମ ଧନରାଶିର କୌଣସି ବ୍ୟବସ୍ଥା ନ ଥିଲା, ନୂଆ ବ୍ୟବସ୍ଥା ଲାଗୁ

ବାସ୍ତବରେ, କର୍ମଚାରୀ ଭବିଷ୍ୟ ନିଧି ସଂଗଠନ କର୍ମଚାରୀଙ୍କ ପାଇଁ କର୍ମଚାରୀ ନିକ୍ଷେପ ସହବଦ୍ଧ ସ୍କିମ (Employee Deposit Linked Insurance)ପରିଚାଳନା କରିଛି । ଏହି ଅଧିନରେ କାର୍ଯ୍ୟ କରୁଥିବା ସମୟରେ କର୍ମଚାରୀଙ୍କ ମୃତ୍ୟୁ ହେଲେ, ବିଭାଗ ପକ୍ଷରୁ ୬ ଲକ୍ଷ ଟଙ୍କାର ପେମେଂଟ ମିଳୁଥିଲା । କିନ୍ତୁ ନ୍ୟୁନତମ ରାଶିର କୌଣସି ପ୍ରକାର ବ୍ୟବସ୍ଥା ନଥିଲା ।

ତେବେ ଜାଣି ରଖନ୍ତୁ, କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ପକ୍ଷରୁ Employee Deposit Linked Insurance ସ୍କିମରେ କ’ଣ ସଂଶୋଧନ ଆଣିଛି ।

ପିଏଫ ବିଭାଗ ସ୍କିମ ସଂଶୋଧନ କରିବାକୁ ଯାଇ ୨୧ ଫେବୃୟାରୀରେ ନୋଟିଫିକେସନ ଜାରି କଲା । ଯଦି କାମ ସମୟରେ କର୍ମଚାରୀଙ୍କ ମୃତ୍ୟୁ ହୁଏ, ତେବେ ତାଙ୍କ ସମ୍ପର୍କୀୟ ଲୋକଙ୍କୁ ବିଭାଗରୁ ନ୍ୟୁନତମ ୨.୫ ଲକ୍ଷ ଟଙ୍କା ଦିଆଯିବ । କିନ୍ତୁ ଏଥିପାଇଁ ମଧ୍ୟ କିଛି ସର୍ତ୍ତ ରହିଛି । ଏହି ସର୍ତ୍ତ ଅନୁଯାୟୀ କର୍ମଚାରୀଙ୍କୁ ଗତ ବର୍ଷରେ ୧୫ ହଜାର ପର୍ଯ୍ୟନ୍ତ ଦରମା ମିଳିବ ।

ତେବେ ପିଏଫ ଖାତାରେ ଜିରୋ ବାଲାନ୍ସ ନଥିବା ଦରକାର । ଯଦିଓ କୌଣସି କର୍ମଚାରୀର ଦରମା ଏଥିରୁ କମ ହୁଏ, ତେବେ ତାଙ୍କୁ ୨.୫ ଲକ୍ଷରୁ କମ ପେମେଂଟ କରାଯିବ । Employee Provident Fund Staff  Federation ର ଉପଦେଷ୍ଟା ରାଜେଶ କୁମାର ଶୁକ୍ଲା କହିଛନ୍ତି ଯେ ନୂଆ ବ୍ୟବସ୍ଥା ଦ୍ୱାରା କର୍ମଚାରୀଙ୍କ ପରିଜନଙ୍କ ସାମାଜିକ ସୁରକ୍ଷା ବଢିଯିବ । ଏପର୍ଯ୍ୟନ୍ତ ନ୍ୟୁନତମ ରାଶି ପେମେଂଟର କୌଣସି ବ୍ୟବସ୍ଥା ନଥିଲା । ତେବେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରି ଇପିଏଫଓ ଏକ ଭଲ ପଦକ୍ଷେପ ନେଇଛି ।