ଆପଣଙ୍କ ଆଧାର କାର୍ଡ଼ ତ୍ରୁଟିପୂର୍ଣ୍ଣ ଅଛି କି ? ଘରେ ବସି ବସି କରିପାରିବେ ସଂଶୋଧନ
ଆଧାର ସମଗ୍ର ଦେଶରେ ଅତ୍ୟାବଶ୍ୟକ ଦସ୍ତାବିଜ ହୋଇସାରିଛି । ଛୋଟରୁ ବଡ଼ କିଛି ବି କାମ କରିବା ପାଇଁ ଆଧାରକୁ ଗରୁତ୍ୱ ଦିଆଯାଉଛି । ଆଧାର କାର୍ଡକୁ ବ୍ୟାଙ୍କ ଖାତା ଏବଂ ଅନ୍ୟ ସେବା ସହିତ ଲିଂକ କରିବାର ଶେଷ ତାରିଖ ମାର୍ଚ୍ଚ ୩୧ ପାଖେଇ ଆସିଲାଣି । ଯଦି ଆପଣ ଆପଣଙ୍କ ଆଧାର କାର୍ଡ ସମ୍ପର୍କୀତ ସୂଚନା ଅପଡେଟ କରିବାକୁ ଚାହୁଁଛନ୍ତି, ତେବେ ଆଧାର କାର୍ଡ ଲିଂକ କରିବା ପାଇଁ କୌଣସି କେନ୍ଦ୍ରକୁ ଯିବାକୁ ପଡିବ ନାହିଁ । ବରଂ ଘରେ ବସି ଆପଣ ଏହି କାମ ସହଜରେ କରିପାରିବେ । ତେବେ ଆସନ୍ତୁ ଜାଣିବା, ଏହାର କେତେକ ସହଜ ଉପାୟ ।
Kanak News is now on WhatsApp
Join and get latest news updates delivered to you via WhatsApp
ଆଧାର ନମ୍ବର ବାବଦରେ ସୂଚନା ଜାଣିବା ପାଇଁ, ଷ୍ଟାଟସ ଚେକ୍ କରିବା ଭଳି ଅନ୍ୟ କାମ ପାଇଁ ଏବେ ଆପଣଙ୍କୁ ଭିନ୍ନ ଭିନ୍ନ ପୋର୍ଟାଲ ଭିଜିଟ କରିବାକୁ ପଡିବ ନାହିଁ । ୟୁଆଇଡିଏଆଇ ଆଧାର ସହ ଯୋଡିବା ପାଇଁ ଏବେ ଗୋଟିଏ ହିଁ ପୋର୍ଟାଲ ଉପରେ ବିଭିନ୍ନ ସୁବିଧା ଉପଲବ୍ଧ କରି ଦିଆଯାଇଛି । ୟୁଆଇଡିଏଆଇ ପୋର୍ଟାଲର ୟୁନିଫର୍ମ ରିସୋର୍ସ ଲୋକେଟର (ୟୁଆଇଏଲ)କୁ ପରିବର୍ତ୍ତନ କରାଯାଇଛି । ଏବେ uidai.gov.in ସ୍ଥାନରେ https://uidai.gov.in/beta/ ହୋଇଯାଇଛି । ଦେଶର ୧୦୫ କୋଟିରୁ ଅଧିକ ଜନତାଙ୍କ ଆଧାର ନମ୍ବର ମିଳିବା ପରେ ହିଁ ୟୁଆଇଡିଏଆଇରେ ଏଭଳି ପରିବର୍ତ୍ତନ କରା ଯାଇଛି ।
ଆପଣ କେଉଁ ସବୁ ଜିନିଷକୁ କରିପାରିବେ ଅପଡେଟ :
ଆପଣ ଆପଣଙ୍କ ନାମ, ଠିକଣା, ଜନ୍ମ ତାରିଖ, ବୟସ, ଲିଙ୍ଗ, ମୋବାଇଲ ନମ୍ବର, ଇମେଲ ଆଦି ସବୁ ଅନଲାଇନ କିମ୍ବା ପୋଷ୍ଟ ଦ୍ୱାରା ଦସ୍ତାବିଜ ପଠାଇ ଅପଡେଟ କରିପାରିବେ ।
ସଂଶୋଧନ ଓ ଅପଡେଟ ଏପରି କରନ୍ତୁ :
ଆଧାର କାର୍ଡ ବନାଇବା ପାଇଁ ଏବେ ପ୍ରକ୍ରିୟାକୁ ଆହୁରି ସହଜ କରି ଦିଆଯାଇଛି । ଏବେ ବିଭିନ୍ନ ସ୍ଥାନରେ କ୍ୟାମ୍ପ ଲଗାଇ ଅନଲାଇନ ଫର୍ମ ପୂରଣ କରି ଆଧାର କାର୍ଡ ତିଆରି ହେଉଛି । ଏସବୁ ପରେ ମଧ୍ୟ ଅନେକ ଭୁଲ ହୋଇଥାଏ । ତେବେ ଏହାକୁ ଆପଣ ତିଆରି କରିସାରିବା ପରେ ମଧ୍ୟ ସଂଶୋଧନ କରିପାରିବେ । ଆଧାର କାର୍ଡରେ ହୋଇଥିବା ଭୁଲକୁ ଘର ବସି ଲୋକମାନେ ୱେବସାଇଟ ଜରିଆରେ ସଂଶୋଧନ କରିପାରିବେ । ଏଥିପାଇଁ ଆପଣଙ୍କୁ କେବଳ ୪ଟି ଷ୍ଟେପ ଅବଲମ୍ବନ କରିବାକୁ ପଡିବ । ତେବେ ଜାଣି ରଖୁନ୍ତୁ, ଏହି ୪ଟି ଷ୍ଟେପ କ’ଣ ରହିଛି । ଯାହା ଆପଣଙ୍କୁ ଖବୁ ସହାୟତା କରିବ ।
ଷ୍ଟେପ ୧: https://ssup.uidai.gov.in ୱେବସାଇଟକୁ ଯାଆନ୍ତୁ । ଆପଣଙ୍କ ଆଧାର ନମ୍ବର ଏଥିରେ ଏଟ୍ରିଂ କରନ୍ତୁ । ତା’ପରେ କ୍ୟାପଚା ଦିଅନ୍ତୁୁ । ଆପଣ ଯେଉଁ ମୋବାଇଲ ନମ୍ବର ଦେଇଛନ୍ତି, ସେଥିରେ ଏକ ଓଟିପିି ( ୱାନ ଟାଇମ ପାସୱାର୍ଡ ) ନମ୍ବର ମେସେଜ ଆସିବ । ଉକ୍ତ ଓଟିପିକୁ ବକ୍ସରେ ଏଂଟ୍ରି କରନ୍ତୁ । ଏପରି କରିବା ଦ୍ୱାରା ୱେବସାଇଟ ଲଗ୍ ଇନ ହୋଇଯିବ ।
ଷ୍ଟେପ ୨: ଏବେ ଆପଣଙ୍କ ସାମ୍ନାରେ ନାମ, ଠିକଣା, ଜନ୍ମଦିନ, ଲିଙ୍ଗ, ମୋବାଇଲ ନମ୍ବର, ଇମେଲ ଆଦି ସମ୍ବନ୍ଧିତ ଏକ ୱିଣ୍ଡୋ ଆସିଯିବ । ଆପଣଙ୍କୁ ଆଧାର କାର୍ଡର ସଂଶୋଧନର ଅନୁରୋଧ ଇଂରାଜୀ ଓ ଆପଣଙ୍କ ଆଂଚଳିକ ଭାଷାରେ ଏଂଟ୍ରି କରିବାକୁ ପଡିବ । ଏହାପରେ ଆପଣ ସଠିକ ସୂଚନା ଦେଇ ଭର୍ତ୍ତି କରିପାରିବେ ।
ଷ୍ଟେପ ୩ : ଡାଟା ଅପଡେପ କରିବା ପରେ ପ୍ରୋସିଡ଼୍ ଉପରେ କ୍ଲିକ କରନ୍ତୁ । ଆପଣ ନୂଆ ସୂଚନାକୁ ସମର୍ଥନ କରିବାର ସମସ୍ତ ସମ୍ବନ୍ଧୀତ ଦସ୍ତାବିଜକୁ ଅପଲୋଡ କରି ଦିଅନ୍ତୁ । ଏହାପରେ Confirm ଅପ୍ସନରେ କ୍ଲିକ କରନ୍ତୁ । ତା’ପରେ ଏକ୍ସିସ ଓ କାର୍ବିସ ଯେଉଁଥିରେ ହେଲେ କ୍ଲିକ କରି ଏଂଟ୍ରି କରନ୍ତୁ । ଏପରି ସମସ୍ତ ସୂଚନା ଅପଡେଟ ହେଇଯିବା ପରେ ଅପଡେଟସ ମେସେଜ ଆପଣଙ୍କ ମୋବାଇଲକୁ ଆସିଯିବ, ଯେଉଁଥିରେ ଗୋଟେ ୟୁଆରଏନ ନମ୍ବର ରହିଥିବ ।
ଷ୍ଟେପ ୪ : ତେବେ ଶେଷରେ ଆଧାର ନମ୍ବର ଓ ଟଜଘ URN ଏଂଟ୍ରି କରି ଲଗ ଆଉଟ୍ କରି ଦିଅନ୍ତୁ । ପୁଣିଥରେ ଡାଟା ଅପ୍ସନକୁ ଯାଆନ୍ତୁ, ଆପଣଙ୍କ ଆଧାର ନମ୍ବର କିମ୍ବା URN ନମ୍ବର ପ୍ରବେଶ କରି ଥରେ ଚେକ କରନ୍ତୁ । ଏହାକୁ ପ୍ରବେଶ କରିବା ପରେ ଅପଡେଟ ମେସେଜ ଆପଣଙ୍କ ମୋବାଇକୁ ଆସିଯିବ ।