୩୫ ପଇସା ବଢିଲା ପେଟ୍ରୋଲ-ଡିଜେଲ ଦର । ଦେଶର ଏହି ସବୁ ବଡ ସହରରେ ୧୦୦ ପାର୍ କଲା ପେଟ୍ରୋଲ । ଜାଣନ୍ତୁ ଭୁବନେଶ୍ୱରରେ କେତେ?

282

କନକ ବ୍ୟୁରୋ: ଦେଶରେ ପୁଣି ବଢିଲା ତୈଳ ଦର । ପେଟ୍ରୋଲ-ଡିଜେଲ ଦର ୩୫ ପଇସା ଲେଖାଏଁ ବୃଦ୍ଧି ପାଇଛି । ଫଳରେ ଦେଶର କିଛି ପ୍ରମୁଖ ସହରରେ ୧୦୦ ପାର୍୍ କରିଛି ପେଟ୍ରୋଲ ଦର । ଭୁବନେଶ୍ୱରରେ ପେଟ୍ରୋଲ ଦର ୯୮ଟଙ୍କା ୯୪ ପଇସା ରହିଛି । ବାରମ୍ବାର ଦେଶରେ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ଯୋଗୁଁ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି ।

ମୁମ୍ବାଇ, ଭୋପାଲ, ପଟନା ଓ ହାଇଦ୍ରାବାଦ ଭଳି ସହରରେ ପେଟ୍ରୋଲ ଦର ୧୦୦ ପାର୍୍ କରିଛି । ସେହିପରି ଦିଲ୍ଲୀରେ ପେଟ୍ରୋଲ ଦର ୯୮ ଟଙ୍କା ୧୧ ପଇସା ରହିଛି । ଆଜି ସକାଳ ୬ଟାରୁ ପେଟ୍ରୋଲର ନୂଆ ଦର ଲାଗୁ ହୋଇଛି । ତେବେ ଜାଣନ୍ତୁ କେଉଁ ସ୍ଥାନରେ କେତେ ରହିଛି ପେଟ୍ରୋଲ-ଡିଜେଲ ଦର ।

ଭୁବନେଶ୍ୱର- ପେଟ୍ରୋଲ- ୯୮.୯୪,     ଡିଜେଲ-୯୬.୬୮

ଦିଲ୍ଲୀ- ପେଟ୍ରୋଲ- ୯୮.୧୧,              ଡିଜେଲ-୮୮.୬୫

ମୁମ୍ବାଇ- ପେଟ୍ରୋଲ- ୧୦୪.୨୨,        ଡିଜେଲ-୯୬.୧୬

କୋଲକାତା- ପେଟ୍ରୋଲ- ୯୭.୯୯,   ଡିଜେଲ-୯୧.୪୯

ଚେନ୍ନାଇ- ପେଟ୍ରୋଲ- ୯୯.୧୮,        ଡିଜେଲ-୯୩.୨୨

ଭୋପାଳ- ପେଟ୍ରୋଲ- ୧୦୬.୩୫,    ଡିଜେଲ-୯୭.୩୭

ପଟନା- ପେଟ୍ରୋଲ- ୧୦୦.୧୩,        ଡିଜେଲ-୯୪.୦୦

ବେଙ୍ଗାଳୁରୁ- ପେଟ୍ରୋଲ- ୧୦୧.୩୯,   ଡିଜେଲ-୯୩.୯୮

ହାଇଦ୍ରାବାଦ- ପେଟ୍ରୋଲ- ୧୦୧.୬୦,   ଡିଜେଲ-୯୬.୨୫

ସେହିପରି ଭୁବନେଶ୍ୱରରେ ମଧ୍ୟ ପେଟ୍ରୋଲ ଦର ବୃଦ୍ଧି ପାଇଛି । ଭୁବନେଶ୍ୱରରେ ପେଟ୍ରୋଲ ଦର ୯୮.୫୩ ପଇସା ଥିବା ବେଳେ ଆଜି ସକାଳୁ ଏହା ୯୮ ଟଙ୍କା ୯୯ ପଇସାରେ ପହଞ୍ଚିଛି । ସେହିପରି ଡିଜେଲ ଦର ୯୮ ଟଙ୍କା ୬୮ ପଇସା ହୋଇଛି ।