କମୁଛି ବନ୍ୟାଜଳ, ହେଲେ ହଟିନି ଲୋକଙ୍କ ଦୁର୍ଦ୍ଦଶା: ଏବେ ବି ପାଣିଘେରରେ ହନ୍ତସନ୍ତ ହେଉଛନ୍ତି ଲୋକେ

48

କନକ ବ୍ୟୁରୋ: ବନ୍ୟା ସ୍ଥିତି ସ୍ୱାଭାବିକ ଅବସ୍ଥାକୁ ଫେରୁଛି । ମହାନଦୀ ସମେତ ଅନ୍ୟ ନଦୀର ସ୍ଥିତିରେ ସୁଧାର ଆସିଛି । ଧୀରେ ଧୀରେ ନଦୀର ଜଳ ସ୍ତର କମୁଛି ବିପଦ ସଙ୍କେତ ତାଳ ନଦୀ ଜଳ ପ୍ରବାହିତ ହେଉଛି । ଅନ୍ୟ କୌଣସି ନଦୀରେ ଘାଇ ହୋଇନାହିଁ । କେବଳ ମହାନଦୀ ସିଷ୍ଟମରେ ଘାଇ ହୋଇଛି । ଏବ ସବୁ ଘାଇର ମରାମତି ହେଉଛି । ବର୍ଷା ଆମ ନଦୀ ଜଳ ସ୍ତର କମିଲେ ଏହାର ସ୍ଥାୟୀ ମରାମତି କରାଯିବ । ସେହିଭଳି ସୁବର୍ଣ୍ଣରେଖା ନଦୀର ସ୍ଥିତିରେ ସୁଧାର ଆସିଛି । ଜଳସ୍ତର କମୁଥିବା ବେଳେ ଭୋଗରାଇ ବ୍ଲକରେ ଲୋକଙ୍କ ଦୁର୍ଦ୍ଦଶା ବଢୁଛି । ଏବେ ବି ୨୪ ପଂଚାୟତ ଜଳମଗ୍ନ ଥିବା ବେଳେ ବହୁ ଅସୁବିଧାରେ ଲୋକେ ରହୁଛନ୍ତି । ବିପନ୍ନଙ୍କ ସହ ଗୃହ ପାଳିତ ପଶୁ ମଧ୍ୟ ବନ୍ଧ ଉପରେ ଆଶ୍ରୟ ନେଇଛନ୍ତି ।