ଛାତ୍ରଗୋଷ୍ଠୀଙ୍କ ଦାଦାଗିରି : ମାଗଣାରେ ପାଠ ପଢ଼ାଇବା ପାଇଁ ମନାକରିବାରୁ କୋଚିଂ କ୍ଲାସ୍ ସଂଚାଳକଙ୍କୁ ମାଡ଼

108

କନକ ବ୍ୟୁରୋ : ଛାତ୍ରଗୋଷ୍ଠୀଙ୍କ ଦାଦାଗିରି । ମାଗଣାରେ ପାଠ ପାଇବା ପାଇଁ ମନା କରିବାରୁ କୋଚିଂ କ୍ଲାସ୍ ସଂଚାଳକଙ୍କୁ ମାଡ଼ କାରି ଲହୁଲୁହାଣ କରିଦେଇଛନ୍ତି ଛାତ୍ରଗୋଷ୍ଠୀ । ବିହାରର ପାଟଣାର କଙ୍କଡ଼ାବାଗରେ ଘଟିଛି ଏପରି ଘଟଣା ।

ସୂଚନା ଅନୁସାରେ ପାଟଣା କଙ୍କଡ଼ାବାଗରେ ଅଂଚଳରେ ନିଜ ଘରୁ ଇନଷ୍ଟିଟ୍ୟୁଟ୍ ଯାଉଥିଲେ କୋଚିଂ କ୍ଲାସ୍ ସଂଚାଳକ ସନ୍ତୋଷ । ଆଉ ସେହି ସମୟରେ ଅଚାନକ୍ କିଛି ଛାତ ତାଙ୍କୁ ଅଟକାଇ ସଡ଼କ ଉପରେ ଲାଠିରେ ଆକ୍ରମଣ କରିଥିଲେ । ଆକ୍ରମଣରେ କୋଚିଂ ସଂଚାଳକ ସନ୍ତୋଷ ଗରୁରତର ଆହତ ହୋଇଥଇବା ସୂଚନା ମିଳିଛି । ତେବେ ଏ ମାମଲା ନେଇ କୋଚିଂ ସାଚଳକ ୨ ଜଣ ଛାତ୍ରଙ୍କ ତଥା ୧୦ ଜଣ ଅଜଣା ଦୁର୍ବୃତ୍ତଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ।

ସନ୍ତୋଷଙ୍କ କହିବା ଅନୁସାରେ ଗତ ସୋମବାର ଦିନ କିଛି ଛାତ୍ର ତାଙ୍କୁ ସାକ୍ଷାତ କରିବା ପାଇଁ ଆସିଥିଲେ । ଆଉ ମାଗଣାରେ ପାଠ ପଢ଼ାଇବା ପାଇଁ ଦାବି କରିଥିଲେ । ତେବେ ସନ୍ତୋଷ ମନାକରିବାରୁ ତାଙ୍କୁ ଧମକ ଦେଇଥିଲେ । ଆଉ ତା’ପର ଦିନ ହିଁ ଏପରି ଘଟଣା ଘଟିଛି । ସନ୍ତୋଷ କହିଛନ୍ତି ତାଙ୍କୁ ଆକ୍ରମଣ ସମରେ ପ୍ରାୟ ଛାତ୍ର ନିକଟସ୍ଥ ହଷ୍ଟଲର । ଆକ୍ରମଣ କରିଥିବା ଛାତ୍ରମାନେ ତାଙ୍କ ଘଂଟା, ମୋବାଇଲଏ ଓ ପର୍ସ ମଧ୍ୟ ନେଇ ପଳାଇଛନ୍ତି ବୋଲି କୋଚିଂ ସଂଚାଳକଙ୍କ ପ୍ରକାଶ କରିଛନ୍ତି ।