ମୋଦିଙ୍କ ବିଦେଶୀ ଭାଷା ପ୍ରୀତିକୁ ନିରଞ୍ଜନଙ୍କ କଟାକ୍ଷ । ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ରେ କାହିଁକି ରହିଲାନି ଆଞ୍ଚଳିକ ଭାଷା ?

ଦେଶକୁ ଯୋଡ଼ିବାରେ ପ୍ରମୂଖ ଭୂମିକା ନେଇଥିବା ପଟେଲ, କେବେ ଏଭଳି କରିବାକୁ ଦେଇନଥାନ୍ତେ ।

171

କନକ ବ୍ୟୁରୋ: ବିଶ୍ୱର ସବୁଠୁ ବଡ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ୍ ୟୁନିଟି ଲୋକାର୍ପିତ ପରେ ତେଜିଲା ରାଜନୀତି । ଭୁବନେଶ୍ୱରରୁ ମୋଦି ସରକାରଙ୍କୁ ସମାଲୋଚନା କଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସର୍ଦ୍ଦାର ବଲ୍ଲଭଭାଇଙ୍କ ପ୍ରତିମା ତଳେ ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ତିନୋଟି ବିଦେଶୀ ଭାଷା ଲେଖା ସହିତ ୧୦ଟି ଭାଷା ଦୃଶ୍ୟମାନ ହୋଇଛି । କିନ୍ତୁ “ମୋ ଓଡ଼ିଆ ଭାଷାକୁ ସେଠାରେ ସ୍ଥାନିତ କରାଗଲା ନାହିଁ । ଏବଂ ଏହା ସହିତ ଦେଶର ଅନେକ ଆଞ୍ଚଳିକ ଭାଷାକୁ ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ର ଲେଖାରେ ସ୍ଥାନ ମିଳିଲା ନାହିଁ । ବଂର ଋଷିଆନ୍, ସ୍ପାନିଶ ଏବଂ ଫ୍ରେନ୍ଚ ଭାଷାକୁ ପ୍ରତିମା ତଳେ ଲେଖାଯାଇଥିବା ଦେଖିବାକୁ ମିଳିଛି । ଯାହାକି ମୋତେ ଅଧିକ ବ୍ୟଥିତ କରିଛି ବୋଲି ପିସିସି ସଭାପତି ଟ୍ୱିଟ୍ କରି କହିଛନ୍ତି ।


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭାରତରତ୍ନ ତଥା ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ଶ୍ରେଷ୍ଠ ସମ୍ମାନ ଦେଇଛନ୍ତି । କିନ୍ତୁ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଭାରତବାସୀଙ୍କୁ ଜାତି, ବର୍ଣ୍ଣ ନିର୍ବିଶେଷରେ ଏକତ୍ରିତ କରିବା ପାଇଁ ଯେଉଁ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ ପଟେଲ ମଧ୍ୟ ଏଭଳି କରିବାକୁ କେବେ ଦେଇନଥାନ୍ତେ ।  ପରୋକ୍ଷରେ ଏକତାକୁ ନେଇ ମୋଦି ପାତର ଅନ୍ତର କରୁଥିବା ପ୍ରତିଫଳିତ ହେଉଛି ବୋଲି ନିରଞ୍ଜନଙ୍କ ଟ୍ୱିଟରୁ ବାରି ହୋଇପଡ଼ୁଛି ।

ତେବେ ଏଠାରେ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ, ଅନେକ ଭାଷାକୁ ଷ୍ଟାଚ୍ୟୁ ଅଫ୍ ୟୁନିଟିର ପ୍ରତିମୂର୍ତ୍ତିରେ ସ୍ଥାନ ମିଳିଲା ଏବଂ ଅନ୍ତର୍ଜାତୀୟ ଭାଷାକୁ ବି ମଧ୍ୟ ସେଠାରେ ସ୍ଥାନ ମିଳିଲା କିନ୍ତୁ ଓଡ଼ିଆ ଭାଷା ସହିତ ଅନେକ ଭାଷାକୁ ସ୍ଥାନ ମିଳିଲା ନାହିଁ । ଯାହାକୁ ନେଇ ଏବେ ରାଜନୀତି ଜୋର ଧରିଛି । ସେପଟେ ପ୍ରଧାନମନ୍ତ୍ରୀ ମଧ୍ୟ ଲୋକାର୍ପଣ ଉତ୍ସବରେ ଯୋଗଦେଇ ବିରୋଧୀଙ୍କୁ କଡ଼ା ଜବାବ ରଖିଛନ୍ତି । ଏବଂ କହିଛନ୍ତି ଯେ, ଆମ ସରକାର ଯାହାବି କରୁଛି ତାକୁ କିଛି ଲୋକ ରାଜନୀତି ଚଷମାରେ ଦେଖୁଛନ୍ତି ।