ସାର, ଆପଣ କେତେ ଥର ଭଲ ପାଇଛନ୍ତି? ରାଜ୍ୟସଭା ସଭାପତିଙ୍କୁ ପ୍ରଶ୍ନ କଲେ ଏହି ସାଂସଦ…

221

କନକ ବ୍ୟୁରୋ: କଡା ଶବ୍ଦର ବ୍ୟବହାର… ସାଂସଦଙ୍କ ମଧ୍ୟରେ ବିବାଦ ଦେଶର ସଂସଦରେ ଅନେକ ସମୟରେ ଏଭଳି ଚିତ୍ର ଦେଖିବାକୁ ମିଳିଥାଏ । ଅନେକ ଥର କଥା ମାରପିଟ ଯାଏ ମଧ୍ୟ ଆସିଯାଏ । ତେବେ ଭାଲେଣ୍ଟାଇନ ସପ୍ତାହ କାରଣରୁ ସଂସଦରେ ମାହୋଲ ମଧ୍ୟ ଟିକେ ଅଲଗା ରହିଛି । ଲୋକତନ୍ତ୍ରର ମନ୍ଦିରରେ ପାଣିପାଗ ପୂରା ବଦଳିଯାଇଛି । ସାଂସଦଙ୍କ ଶବ୍ଦରେ ବି ଭଲ ପାଇବା ନଜର ଆସୁଛି । ରାଜସ୍ଥାନର କଂଗ୍ରେସ ସାଂସଦ ପ୍ରମୋଦ ତିୱାରୀ ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖଡଗେଙ୍କ ବୟାନକୁ ରାଜ୍ୟସଭା ରେକର୍ଡରୁ ହଟାଇବା ନେଇ ନିଜର ମତ ରଖିଥିଲେ । ଏହି ସମୟରେ ସେ ଏଭଳି କିଛି କହିଥିଲେ ଯାହାକୁ ନେଇ ରାଜ୍ୟସଭାରେ ହସର ଗୁଞ୍ଜରଣ ସୃଷ୍ଟି ହୋଇଥିଲା ।

ମଲ୍ଲିକାର୍ଜୁନ ଖଡଗେଙ୍କ କିଛି ଶବ୍ଦକୁ ସଂସଦର ରେକର୍ଡରୁ ହଟାଇବାକୁ ନେଇ ପ୍ରମୋଦ ତିୱାରୀ ପଏଣ୍ଟ ଅଫ୍ ଅର୍ଡର ଉଠାଇଥିଲେ । ଏହି ସମୟରେ ସେ କହିଥିଲେ ଖଡଗେ ମହାଶୟ ଆପଣଙ୍କୁ ଭଲ ପାଇବାରେ କିଛି କବିତା ଶୁଣାଇଥିଲେ । ଜବାବରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ କହିଥିଲେ ଯେ ମୁଁ ବୁଝିପାରୁନାହିଁ କବିତା ଭଲ ପାଇବାରେ ହୁଏ ନା ଭଲ ପାଇବା ଯୋଗୁ କବିତା ଆପେ ଆପେ ବାହାରି ଆସେ । ଏହା ପରେ ପୁଣି ଥରେ ପ୍ରମୋଦ ତିୱାରୀ କହିଥିଲେ ସାର ଆପଣ କେତେ ଥର ଭଲ ପାଇଛନ୍ତି । ଯଦି କେହି ଆପଣଙ୍କୁ ଭଲ ପାଇଯାଆନ୍ତି ତେବେ କବିତା ଆପେ ଆପେ ଆସିଯିବ । ଆପଣଙ୍କୁ ସମସ୍ତେ ଭଲ ପାଇଥାନ୍ତି ଏଥିପାଇଁ ଏଲଓପିଙ୍କ ମୁହଁରୁ କବିତା ବାହାରି ଆସିଥିଲା । ଭଲ ପାଇବାରେ ଏମିତି ହୁଏ ସାର । ପୁଣି ସେ ପଚାରିଥିଲେ ସାର ଆପଣ ପ୍ରଥମ ଥର କେବେ ଭଲ ପାଇଥିଲେ । ଯାହାର ଉତ୍ତରରେ ଉପରାଷ୍ଟ୍ରପତି ହସିଦେଇଥିଲେ ।