ଗଣଶିକ୍ଷା ମନ୍ତ୍ରୀଙ୍କ ଘର ସମ୍ମୁଖରେ ଅନଶନ : ୭ଦଫା ଦାବି ନେଇ ଅନଶନରେ ଅଭିଭାବକ ମହାସଂଘ

159

କନକ ବ୍ୟୁରୋ : ଅଭିଭାବକ ମହାସଂଘର ଆମରଣ ଅନଶନ । ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଅନଶନ କରୁଛି ମହାସଂଘ । ୭ ଦଫା ଦାବି ନେଇ ଅଭିଭାବକ ମହାସଂଘର ଆମରଣ ଅନଶନ କରାଯାଉଛି । ଅଭିଭାବକ ମହାସଂଘର ଦାବି ହେଉଛି : –

– ସ୍କୁଲରେ ମିଳୁଥିବା ସୁବିଧା ଅନୁସାରେ ଫି’ ନିର୍ଦ୍ଧାରଣ କରାଯାଉ
– କରୋନା ପାଇଁ ଫି’ ଛାଡ଼ ନିର୍ଦ୍ଦେଶର କାର୍ଯ୍ୟକାରୀ ନେଇ ସ୍କୁଲ ଅନୁଯାୟୀ ରିପୋର୍ଟ ଦାଖଲ
– ସ୍କୁଲ ବ୍ୟାଗ୍ ଓଜନର ନିୟମକୁ କଡ଼ାକଡ଼ି ପାଳନ କରାଯାଉ
– ୨୫ ପ୍ରତିଶତ ମାଗଣା ସିଟରେ ପୁଣି ଥରେ ପୋର୍ଟାଲରେ ନାମଲେଖା ଯାଉ
– ବିନା ସ୍ୱୀକୃତିରେ ଚାଲୁଥିବା ସ୍କୁଲ ବନ୍ଦ ସହ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ
– ବେସରକାରୀ ସ୍କୁଲ ମାନଙ୍କର ସ୍ୱତନ୍ତ୍ର ଅଡିଟ୍ କରାଯିବା ଆବଶ୍ୟକ
– ସୁପ୍ରିମକୋର୍ଟଙ୍କ ନିୟମ ଅନୁସାରେ ଘରୋଇ ସ୍କୁଲରେ ଏକାଦଶ ଶ୍ରେଣୀରେ ନାମ ଲେଖାଯାଉ