ଖଣି ଦୁର୍ନୀତି ପ୍ରସଙ୍ଗ : ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ସାଂସଦ ଅପରାଜିତା ଷଡଙ୍ଗୀ, କହିଲେ…

109

କନକ ବ୍ୟୁରୋ : ବ୍ୟାପକ ଖଣି ଦୁର୍ନୀତି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ । ଦୁର୍ନୀତି ନେଇ ବର୍ଷିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ୨୦୨୦ରେ ନିଲାମ ହୋଇଥିବା ୨୦ଟି ଖଣିରେ ବ୍ୟାପକ ଦୁର୍ନୀତି ହୋଇଛି । ଯେଉଁମାନର ଲୁହାପଥର ଉତ୍ପାଦନ ହେଉଥିଲା ନିଲାମ ହେବା ପରେ ୨୧-୨୨ରେ ତାର ମାନ ଜାଣି ଶୁଣି ଖସାଇ ଦିଆଯାଇଥିଲା । । ତେବେ ଉଚ୍ଚମାନର ଲୁହା ପଥରକୁ ନିମ୍ନ ମାନର କରାଯାଇ କିଭଳି ରପ୍ତାନୀ କରାଗଲା ବୋଲି ପ୍ରଶ୍ନ ଉଠାଇଛନ୍ତି ସାଂସଦ ।

ସେହିଭଳି ୬ଟି ଖଣିରେ କେମିତି ଭାବରେ ଲହାପଥର ମାନକୁ ନିମ୍ନାମାନର କରାଯାଇ ରପ୍ତାନୀ କରାଯାଇଛଇ । ଯାହାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ସାଂସଦ ଅପରାଜିତା । ଏହା ଦ୍ୱାର ବ୍ୟାପକ କ୍ଷତି ହେବା ସହ ରାଜ୍ୟ ରାଜକୋଷକୁ ରାଜସ୍ୱ ଆସିଲା ନାହିଁ । ସେହିଭଳି ଫିାଇନ୍ସରେ ୧ଲକ୍ଷ ଟନ୍ରେ ୪୧ କୋଟି ଓ ୧୦ଲକ୍ଷ ଟନରେ ୪୧୪ କୋଟି ଟଙ୍କା କ୍ଷତି ହୋଇଛି । ନିମ୍ନମାନର ଲୁହାପଥର ରପ୍ତାନୀ ଦେଖାଉଥିବା କାରଣରୁ ଏକ୍ସପର୍ଟ ଡ୍ୟୁଟି ମଧ୍ୟ କମିଗଲା । ଯାହାକି ଖଣିମାଲିକ ମାନଙ୍କୁ ସମ୍ପୁର୍ଣ୍ଣ ସୁହାଇଲା ।

ଡିଏମଏଫ ଫଣ୍ଡରେ ମଧ୍ୟ ଯେତେ ଟଙ୍କା ଆଦାୟ ହୋଇଛି ତାହା ମଧ୍ୟ ଖର୍ଚ୍ଚ ନହୋଇ ପଡ଼ିରହିଛି । ଏହାର ସ୍ୱଚ୍ଛତାନେଇ ପ୍ରଶ୍ନ୍ ଉଠାଇଛନ୍ତି ଅପରାଜିତା । ଓଡ଼ିଶାର ସବୁଠୁ ବଡ଼ ମାଇନିଂ ସ୍କାମ ହୋଇଥିବା ବେଳେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଚନ୍ତି । ଶାହା କମିଶନର ସୁପାରିଶ ପରେ ବି କାହିଁକି ଚୁପ୍ ରହିଲେ ସରକାର । ପ୍ରାଇଭେଟ ଖଣି ମାଲିକ ଓ ସରକାରଙ୍କ ମଧ୍ୟରେ କେଉଁ ପ୍ରକାର ଅନୈତିକ ବୁଝାମଣା ହୋଇଛି ତାକୁ ନେଇ ଉଠାଇଛନ୍ତି ପ୍ରଶ୍ନ ?