ହାତରେ ମାତ୍ର ଦୁଇଦିନ । ଆଧାର ସହ ପାନ୍ ଲିଙ୍କ୍ ନକରିଥିଲେ ଗଣିବେ ୧ହଜାର ଟଙ୍କା

1,068

କନକ ବ୍ୟୁରୋ : ଶେଷ ହେବାକୁ ଯାଉଛି ଜୁନ୍ ମାସ । ଏହା ସହିତ ଶେଷ ହେବାକୁ ଯାଉଛି ଆଧାର ଓ ପାନ୍ ସହ ଲିଙ୍କ କରିବାର ସମୟସୀମା । ଜୁନ୍ ୩୦ ତାରିଖ ଆଧାର ସହ ପାନ୍ କାର୍ଡ ଲିଙ୍କ୍ କରିବାକ ଡେଡଲାଇନ୍ ଦିଆଯାଇଥିଲା । ତେଣୁ ହାତରେ ମାତ୍ର ଆଉ ୨ଦିନ ରହିଛି । ଆଧାର ସହ ପାନ୍ ଲିଙ୍କ୍ କରାଇନାହାନ୍ତି ତେବେ ଶେଷ ତାରିଖକୁ ଅପେ କ୍ଷ ନକରି ଆଜି ହିଁ ଲିଙ୍କ୍ କରାଇନିଅନ୍ତୁ । ନଚେତ୍ ଆଗକୁ ଅନେକ ଅସୁବିଧାରେ ପଡିପାରନ୍ତି । ପୂର୍ବରୁ ମାର୍ଚ୍ଚ ୩୧ତାରିଖ ମଧ୍ୟରେ ଆଧାର ସହ ପାନ୍ ଲିଙ୍କ୍ ପାଇଁ ଶେଷ ତାରିଖ ଦିଆଯାଇଥିଲା କିନ୍ତୁ ପରେ ସମୟସୀମାକୁ ବଢାଇଦିଆଯାଇଥିଲା ।

ତେବେ ଯଦି ଏହି ୨ଦିନ ମଧ୍ୟରେ ଆଧାର କାର୍ଡ ସହ ପାନ୍ କାର୍ଡକୁ ଲିଙ୍କ୍ ନକରନ୍ତି ତେବେ ଆପଣଙ୍କ ପାନ୍ କାର୍ଡ ଡିଆକ୍ଟିଭେଟ୍ କରିଦିଆଯିବ । ପାନ୍ କାର୍ଡ ଡିଆକ୍ଟିଭେଟ୍ ହେବା ପରେ ଆପଣ କୌଣସି ପ୍ରକାର ନିବେଶ କରୁଛନ୍ତି, ଯେପରିକି, ମ୍ୟୁଚୁଆଲ୍ ଫଣ୍ଡ, ଷ୍ଟକ୍ ମାର୍କେଟରେ ନିବେଶ କରିପାରିବେ ନାହିଁ । ବର୍ତ୍ତମାନ ସମୟରେ ବ୍ୟାଙ୍କ୍ ଆକାଉଣ୍ଟ ଖୋଲିବାଠୁ ନେଇ ଅନ୍ୟ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ପାନ୍ କାର୍ଡ ଏକ ଜରୁରୀ ଦସ୍ତାବିଜ୍ ହୋଇଗଲାଣି । ତେଣୁ ଯଦି ପାନ୍ କାର୍ଡ ଡିଆକ୍ଟିଭେଟ୍ ହୋଇଯାଏ ତେବେ ଅନେକ ସମସ୍ୟାରେ ପଡିପାରନ୍ତି ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯଦି ନିର୍ଦ୍ଧାରିତ ସମୟ ଭିତରେ ଆଧାର ସହ ପାନ୍ ଲିଙ୍କ ନକରନ୍ତି ତେବେ ପରମୁହୁର୍ତ୍ତରେ ଆପଣଙ୍କୁ ୧୦୦୦ ଟଙ୍କାର ଫାଇନ୍ ଗଣିବାକୁ ପଡିବ । ଯଦି ଆପଣ ଡିଆକ୍ଟିଭେଟ୍ ହୋଇଯାଇଥିବା ପାନକାର୍ଡକୁ ବ୍ୟବହାର କରନ୍ତି ତେବେ ସେ ବାବଦକୁ ମଧ୍ୟ ମୋଟା ଅଙ୍କର ଜରିମାନା ଦେବାକୁ ପଡିବ । ଏପରି କଲେ ବ୍ୟବହାରକାରୀଙ୍କୁ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିପାରେ ।