ପାକିସ୍ତାନରେ ରାଜନୀତିର ହାଇଡ୍ରାମା : ଅନାସ୍ଥା ଭୋଟ ଆଗରୁ ଇସ୍ତଫା ଦେଲେ ବାଚସ୍ପତି; ଭୋଟିଂରେ ସାମିଲ ହେଲେନି ପିଟିଆଇ ସାଂସଦ

ସେପଟେ ଇସଲାମାବାଦ ହାଇକୋର୍ଟରେ ଇମ୍ରାନ ଖାନ ବିରଧରେ ମାମଲା ରୁଜୁ; ବିନା ଅନୁମତିରେ ନେତା ଓ ଉଚ୍ଚ ଅଧିକାରୀ ଦେଶ ଛାଡିବା ମନା

108

କନକ ବ୍ୟୁରୋ : ସୁପ୍ରିମକୋର୍ଟଙ୍କ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ କରିବା ପାଇଁ ଦେଇଥିବା ନିର୍ଦ୍ଦେଶକୁ ଟାଳିବା ପାଇଁ ଦିନ ତମାମ କସରତ ଚାଲିଥିଲା । ଶେଷରେ ସ୍ଥିତି ଏମିତି ହୋଇଥିଲା ଯେ ରାତି ସାଢେ ୧୨ଟା ସୁଦ୍ଧା ଅନାସ୍ଥା ଭୋଟ ନକଲେ ଇମ୍ରାନ ଖାନଙ୍କୁ କୋର୍ଟ ଅବମାନନା ମାମଲାରେ ଗିରଫ କରାଯିବ ବୋଲି ଚର୍ଚ୍ଚା ହୋଇଥିଲା । କିଛି ସମୟ ପରେ ସଂସଦକୁ ବାଚସ୍ପତି ଅସଦ କୈସର ଆସି ଇମ୍ରାନ ଦେଇଥିବା ଗୁପ୍ତ ଚିଠି ବାବଦରେ ସଂସଦକୁ ଜଣାଇ ଇସ୍ତଫା ଦେଇଥିଲେ । ଏହାପରେ ସମସ୍ତ ଇମ୍ରାନଙ୍କ ପାର୍ଟି ପିଟିଆଇର ସମସ୍ତ ସାଂସଦ ନେସନାଲ ଆସେମ୍ବ୍ଲିରୁ ବାହାରକୁ ଚାଲିଯାଇଥିଲେ ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଅନାସ୍ଥା ଉପରେ ଭୋଟ ପାଇଁ ପ୍ୟାନେଲ ଅଫ ଚେୟାର ମ୍ୟାନ ପିଏମଏଲଏନ ସାଂସଦ ଅୟାଜ ସଦିକଙ୍କୁ ବାଚସ୍ପତି ଦାୟିତ୍ୱ ଦେଇଥିଲେ । ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ ଗ୍ରହଣ ସମୟରେ ନେସନାଲ ଆସେମ୍ବ୍ଲି ବାହାରେ ବିକ୍ଷୋଭ କରିଥିଲେ ପିଟିଆଇ କର୍ମକର୍ତା । ସେପଟେ ଇସଲାମାବାଦ ହାଇକୋର୍ଟରେ ଇମ୍ରାନ ଖାନ, ଶାହା ମହମ୍ମଦ କ୍ୟୁରେସୀ ଓ ଫବାଦ ଚୌଧୁରୀଙ୍କ ନାଁରେ ମାମଲା ରୁଜୁ ହୋଇଛି । ତାଙ୍କ ବିଦେଶ ଗସ୍ତ ଉପରେ ରୋକ ଲଗାଇବାକୁ କୋର୍ଟରେ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି । ଆସନ୍ତାକାଲି ଇସଲାମାବାଦ ହାଇକୋର୍ଟ ଏହି ମାମଲାର ଶୁଣାଣି କରିବେ ବୋଲି ସୂଚନା ମିଳିଛି ।