ଅନାସ୍ଥା ଭୋଟରେ ଜିତିବା ପରେ ଶାହବାଜ ସରିଫଙ୍କ ବୟାନ । କହିଲେ, ପାକିସ୍ତାନରେ ନୂଆ ସକାଳର ଶୁଭାରମ୍ଭ

379

କନକ ବ୍ୟୁରୋ : ଅନାସ୍ଥା ଭୋଟରେ ବିଜୟୀ ହେବା ପରେ ପାକିସ୍ତାନ ମୁସଲିମ ଲିଗ ନୱାଜ ସାଂସଦ ଶାହବାଜ ସରିଫ ସଂସଦରେ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଲକ୍ଷ ଲକ୍ଷ ପାକିସ୍ତାନ ନାଗରିକଙ୍କୁ ଉଦ୍ୟମ ସଫଳ ହୋଇଛି । ଦେଶର ଭ୍ରଷ୍ଟ ସରକାରର ପତନ ଘଟିଛି । ତେବେ ପାକିସ୍ତାନର ନୂଆ ସରକାର କାହା ବିରୋଧରେ ରାଜନୈତିକ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ନେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଶାହବାଜ ସରିଫ । ସେହିପରି ପାକିସ୍ତାନ ପିପୁଲସ ପାର୍ଟିର ଅଧ୍ୟକ୍ଷ ବିଲାୱଲ ଭୁଟ୍ଟୋ ପ୍ରତିକ୍ରିୟା ଦେଇ କହିଛନ୍ତି ଦେଶ ତିନି ବର୍ଷ ଧରି ବୋଝ ଉଠାଉଥିଲା, ସେହି ଅଧ୍ୟାୟର ସମାପ୍ତ ହୋଇଛି ।

ଶାହବାଜ ସରିଫ ୨୦୧୮ ଅଗଷ୍ଟ ୧୩ରୁ ନ୍ୟାସନାଲ ଆସେମ୍ବ୍ଲିର ସଦସ୍ୟ ଅଛନ୍ତି  । ସେ ବିରୋଧୀ ଦଳ ନେତା ମଧ୍ୟ । ଏହା ପୂର୍ବରୁ ଶାହବାଜ ପଞ୍ଜାବର ୩ ଥର ମୁଖ୍ୟମନ୍ତ୍ରୀ ଥିଲେ । ସେ ସର୍ବାଧିକ ସମୟ  ର୍ଯ୍ୟନ୍ତ ପଞ୍ଜାବର ମୁଖ୍ୟମନ୍ତ୍ରୀ ରହିଥିଲେ । ସେ ଏବେ ପିଏମଏଲ-ଏନର ଅଧ୍ୟକ୍ଷ ଅଛନ୍ତି । ୧୯୫୧ ସେପ୍ଟେମ୍ବର ୨୩ରେ ଲାହୋରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ମହମ୍ମଦ ସରିଫ ଜଣେ ବ୍ୟବସାୟୀ ଥିଲେ । ପ୍ରଥମେ ତାଙ୍କ ପରିବାର ଅମୃତସରରେ ରହୁଥିଲେ । ୧୯୪୭ରେ ଭାରତ ବିଭାଜନ ହୋଇ ପାକିସ୍ତାନ ଗଠନ ହେବା ପରେ ସେମାନେ ଲାହୋର ଚାଲି ଯାଇଥିଲେ ।

ଶାହବାଜଙ୍କ ଦୁଇ ବଡ ଭାଇ ଅବାସ ଓ ନୱାଜ ସରିଫ୍ । ଶାହବାଜ ୧୯୭୩ରେ ନିଜ ସମ୍ପର୍କୀୟଙ୍କୁ ପ୍ରଥମ ଓ ୨୦୦୩ରେ ଦ୍ୱିତୀୟ ବିବାହ କରିଥିଲେ । ଶାହବାଜ ନୱାଜଙ୍କଠାରୁ ଅଧିକ ଧନୀ ବୋଲି କୁହାଯାଉଛି । ସେ ୮୦ଦଶକରେ ରାଜନୀତିରେ ସାମିଲ ହୋି ୧୯୮୮ରେ ଲାହୋରରୁ ପ୍ରଥମ ନିର୍ବାଚନ ଜିତିଥିଲେ । ୧୯୯୭ ନିର୍ବାଚନରେ ପିଏମଏଲ-ଏନ ଟିକେଟରୁ ବିଜୟୀ ହୋଇ ପ୍ରଥମ ଥର ପାଇଁ ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ । ୧୯୯୯ରେ ସେନା କ୍ଷମତା ଅକ୍ତିଆର କରିବାରୁ ଶାହବାଜଙ୍କ ପରିବାର ଦେଶ ଛାଡି ଦୁବାଇ ପଳାଇ ଥିଲେ । ୨୦୨୦ ସେପ୍ଟେମ୍ବରରେ ମନି ଲଣ୍ଡରିଂ ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା । କୋଟି କୋଟି ଟଙ୍କାର ଦୁର୍ନୀତି ମାମଲାରେ ୨୦୨୧ ଏପ୍ରିଲରେ ଲାହୋର ହାଇକୋର୍ଟ ତାଙ୍କୁ ଜାମିନ୍ ଦେଇଥିଲେ ।