ଜମ୍ମୁ-କାଶ୍ମୀର ପରେ ପାକିସ୍ତାନରେ ଟାର୍ଗେଟ୍ କିଲିଂ । ଗୋଟିଏ ମାସରେ ଦୁଇ ହିନ୍ଦୁ ଡାକ୍ତରଙ୍କୁ ହତ୍ୟା

116

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀର ପରେ ଏବେ ପାକିସ୍ତାନରେ ଟାର୍ଗେଟ୍ କିଲିଂ ଥମିବାର ନାଁ ନେଉନାହିଁ । କରାଚୀ ନଗରନିଗମର ନିର୍ଦ୍ଦେଶକ ଏବଂ ରୋଗ ବିଶେଷଜ୍ଞ ଡାକ୍ତର, ବିରବଲ ଜେନାନୀଙ୍କୁ ଏକ ଏକ୍ସପ୍ରେସ୍ ୱେ ନିକଟରେ ଗୁଳି କରି ହତ୍ୟା କରିଦିଆଯାଇଛି । ସ୍ଥାନୀୟ ମିଡିଆ ଅନୁସାରେ, ଏହି ଆକ୍ରମଣରେ ବିରବଲଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କର ସହଯୋଗୀ ଡାକ୍ତର ଗୁରୁତର ଭାବେ ଆହତ ହୋଇଛନ୍ତି । ଦୁଇଜଣ ଗୋଟିଏ କାରରେ ଯାତ୍ରା କରୁଥିଲେ ।

ତେବେ ପାକିସ୍ତାନରେ ହିନ୍ଦୁ ଡାକ୍ତରଙ୍କ ଉପରେ ଆକ୍ରମଣର ଏହା ଦ୍ୱିତୀୟ ଘଟଣା । ମାର୍ଚ୍ଚ ମାସ ଆରମ୍ଭରୁ ପାକିସ୍ତାନରେ ଜଣେ ଡାକ୍ତର ଧର୍ମ ଦେବଙ୍କୁ ତାଙ୍କ ନିଜ ଡ୍ରାଇଭର ଘରେ ପସି ଗଳା କାଟି ହତ୍ୟା କରିଥିବା ଖବର ଆସିଥିଲା । ଏହି ଘଟଣାକୁ ୧ମାସ ପୁରିନଥିବା ବେଳେ ପୁଣି ଜଣେ ଡାକ୍ତରଙ୍କୁ ଗିଳି କରି ହତ୍ୟା କରାଯାଇଥିବା କବର ସାମ୍ନାକୁ ଆସିଛି । ଯାହା ଚିନ୍ତାର ବିସୟ ପାଲଟିଯାଇଛି । ତେବେ ସିସିଟିଭି ଫୁଟେଜକୁ ଆଧାର କରି ଏହା ଟାର୍ଗେଟ କିଲିଂ ବୋଲି ସନ୍ଦେହ କରାଯାଉଛି ।