ତୋଷଖାନା ମାମଲାରେ ଇମ୍ରାନ ଖାନଙ୍କୁ ବଡ ଆଶ୍ୱସ୍ତି । ଇମ୍ରାନଙ୍କ ସଜା ଉପରେ ରୋକ ଲଗାଇଲେ କୋର୍ଟ

93

କନକ ବ୍ୟୁରୋ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ କୋର୍ଟ ବଡ ଆଶ୍ୱସ୍ତି ଦେଇଛି । ତୋଷଖାନା ମାମଲାରେ ତାଙ୍କ ଉପରେ ହୋଇଥିବା ଦଣ୍ଡବିଧାନ ଉପରେ କୋର୍ଟ ରୋକ୍ ଲଗାଇଛନ୍ତି । ପ୍ରଥମେ ତାଙ୍କୁ ୩ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରାଯାଇଥିଲା । ହେଲେ କୋର୍ଟ ଏହି ଦଣ୍ଡବିଧାନ ଉପରେ ରୋକ୍ ଲଗାଇଛନ୍ତି ।

ତୋଷଖାନା ମାମଲାରେ ଇମ୍ରାନ ଖାନଙ୍କୁ ଇସଲାମାବାଦ ହାଇକୋର୍ଟ ଆଶ୍ୱସ୍ତି ପ୍ରଦାନ କରିଛନ୍ତି । କୋର୍ଟ ତାଙ୍କ ରାୟରେ ଇମ୍ରାନଙ୍କୁ ଜେଲରୁ ମୁକୁଳାଇବାକୁ ଆଦେଶ ଦେଇଛନ୍ତି । ସମାନ ମାମଲାରେ ତଳ କୋର୍ଟ ଅଗଷ୍ଟ ୫ ତାରିଖ ଦିନ ଇମ୍ରାନ ଖାନଙ୍କୁ ଦୋଷୀ ସାବ୍ୟସ୍ତ କରି ୩ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଥିଲା । ସେହିଦିନ ଠାରୁ ଇମ୍ରାନ ଖାନ ଜେଲରେ ରହିଛନ୍ତି । ତଳକୋର୍ଟର ନିଷ୍ପତ୍ତି ବିରୋଧରେ ଇମ୍ରାନ ଖାନ ଇସଲାମାବାଦ ହାଇକୋର୍ଟରେ ଆବେଦନ କରିଥିଲେ ।

ଇମ୍ରାନ ଖାନଙ୍କ ଉପରେ ଅଭିଯୋଗ ରହିଛି କି ସେ ୨୦୧୮-୨୦୨୨ ମଧ୍ୟରେ ତାଙ୍କୁ ଓ ତାଙ୍କ ପରିବାରକୁ ମିଳିଥିବା ଉପହାରକୁ ବେଆଇନ ଭାବେ ବିକ୍ରି କରିଦେଇଥିଲେ । ଏହାସହ ତାଙ୍କ ଉପରେ ଗୁପ୍ତ ସୂଚନା ଖୋଲାସା କରିଥିବାର ଅଭିଯୋଗ ମଧ୍ୟ ରହିଛି ।