ଭାରତ ସହିତ କୂଟନୈତିକ ସମ୍ପର୍କ ଛିନ୍ନ କରିବ କି ପାକିସ୍ତାନ ?

କାଶ୍ମୀର ବିଛିନ୍ନତାବାଦୀ ନେତା ୟାସୀନ ମଲିକର ସ୍ତ୍ରୀ  ମୁଶାଲକୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ରୂପେ ନିଯୁକ୍ତି ।

129

ପାକିସ୍ତାନର ମଧ୍ୟବର୍ତୀକାଳୀନ (କେୟାର ଟେକର) ସରକାରର ପ୍ରଧାନମନ୍ତ୍ରୀ ଅନବର-ଉଲ-ହକ୍ ଗତକାଲି ତାଙ୍କର ମନ୍ତ୍ରିମଣ୍ଡଳ ଘୋଷଣା କରିଛନ୍ତି । ଏଥିରେ ସେ ୧୬ ଜଣ ମନ୍ତ୍ରୀ ଓ ୩ ଜଣ ପରମର୍ଶଦାତାଙ୍କୁ ନିଯୁକ୍ତି ଦେଇଛନ୍ତି । ପାକିସ୍ତାନର ବରିଷ୍ଟ ପତ୍ରକାର ମୂର୍ତଜା ସୋଲଙ୍ଗୀ ମଧ୍ୟ ସାମିଲ ଅଛନ୍ତି ।

ଏହି ମନ୍ତ୍ରିମଣ୍ଡଳରେ ଭାରତୀୟ ଜେଲରେ ବନ୍ଦ ଥିବା କାଶ୍ମୀର  ବିଛିନ୍ନତାବାଦୀ ନେତା ନେତା ୟାସୀନ ମଲିକର ସ୍ତ୍ରୀ  ମୁଶାଲକୁ  ପ୍ରଧାନମନ୍ତ୍ରୀଙ୍କ ବିଶେଷ ପରାମର୍ଶଦାତା ରୂପେ ନିଯୁକ୍ତି ମିଳିଛି ।

ପାକିସ୍ତାନ ସମ୍ବିଧାନ ଅନୁସାରେ ଦୈତ ନାଗରିକତା ଥିବା ବ୍ୟକ୍ତିଙ୍କୁ ପରାମର୍ଶଦାତା ରୂପେ ନିଯୁକ୍ତି ମିଳିପାରିବ କିନ୍ତୁ ସେମାନ ପୂର୍ଣକାଳୀନ ମନ୍ତ୍ରୀ ହେଇପାରିବେ ନାହିଁ ।  ମୁଶାଲଙ୍କ ପାଖରେ ପାକିସ୍ତାନ ସହ ବ୍ରିଟେନର ନାଗରିକତା ମଧ୍ୟ ରହିଛି ।

କଟ୍ଟର ଭାରତ ବିରୋଧୀ ରୂପେ ମୁଶାଲ ଜଣାଶୁଣା । କିଛିବର୍ଷ ତଳେ ସେ ଭାରତ ସହ ସମସ୍ତ କୂଟନୈତିକ ସମ୍ପର୍କ ଛିନ୍ନ କରିବା ସହ ଶିମଳା ରାଜିନାମା ରଦ୍ଦ କରିବାକୁ ବୟାନ ଦେଇଥିଲେ । ଏବେ କିଛିଦିନ ତଳେ ‘କାଶ୍ମୀର ଫାଇଲ୍ସ’ ଚଳଚ୍ଚିତ୍ର ଉପରେ ମନ୍ତବ୍ୟ ଦେଇ କହିଥିଲେ କି ‘କାଶ୍ମୀର ହେଉଛି ପାକିସ୍ତାନର ଅବିଚ୍ଛେଦ୍ୟ ଅଙ୍ଗ ଆମେ ଏହାକୁ ଯେମିତି ହେଲେ ଅକ୍ତିଆର କରିବୁ’ । ପାକିସ୍ତାନରୁ ସେ ନିଜ ଆତଙ୍କବାଦୀ ସ୍ୱାମୀ ୟାସୀନ ମଲିକକୁ  ଜେଲରୁ ମୁକ୍ତ କରିବା ପାଇଁ  ଆନ୍ଦୋଳନ ଚଳାଇଛନ୍ତି । ଏଥିରେ ତାଙ୍କର ନାବାଳିକା ଝିଅ ମଧ୍ୟ ସାମିଲ ଅଛି ।

ୟାସୀନ ମଲିକ କାଶ୍ମୀର ଆତଙ୍କବାଦରେ ଜଡ଼ିତ ଥିବା ଜାମୁ କାଶ୍ମୀର ଲିବରେସନ ଫ୍ରଣ୍ଟର(JKLF) ନେତା ।  ସ୍ଥାନୀୟ ଯୁବକମାନଙ୍କୁ ଭାରତ ବିରୋଧୀ ଆତଙ୍କବାଦୀ କାର୍ଯ୍ୟକଳାପରେ ଯୋଗଦେବା ପାଇଁ ପ୍ରବର୍ତ୍ତାଇ ଥାନ୍ତି ।

ୟାସୀନ ମଲିକକୁ ୨୦୨୨ରେ NIA  କୋର୍ଟ ଟେରର ଫଣ୍ଡିଂ କେସ ଓ UPAA  ଏବଂ ଦେଶ ବିରୋଧରେ ଯୁଦ୍ଧ ଘୋଷଣା କରିବା ଅପରାଧରେ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି । ତାଙ୍କୁ ଅନ୍ୟ ଦୁଇଟି ମାମଲାରେ ମଧ୍ୟ ୧୦ ବର୍ଷର କାରାଦଣ୍ଡ ହୋଇଛି  । ୟାସୀନ ମଲିକ ବିରୋଧରେ ପାକିସ୍ତାନ ସହଯୋଗରେ କାଶ୍ମୀରରେ ଆତଙ୍କବାଦୀ ଗତିବିଧି ଓ ଆତଙ୍କବାଦୀଙ୍କୁ ଆର୍ଥିକ ସହଯୋଗ, ଅବୈଧ ଅସ୍ତ୍ରଶସ୍ତ୍ର ଯୋଗାଣ ଇତ୍ୟାଦି ପରି ବହୁ ମାମଲା ରୁଜୁ ହେଇଛି  ।

ୟାସୀନ ମଲିକ ଉପରେ ୨୫ ଜାନୁଆରୀ ୧୯୯୦ରେ ଶ୍ରୀନଗରରେ ଭାରତୀୟ ବାୟୁସେନା କର୍ମଚାରୀଙ୍କ ଉପରେ ଆକ୍ରମଣ ପରି ସଙ୍ଗିନ ମାମଲା ଅଛି । ଏହି ଆକ୍ରମଣରେ ୪ ଜଣ ଯବାନ ଶହୀଦ ହୋଇଥିଲେ । ୟାସୀନ ମଲିକ ଏକ ସାକ୍ଷାତକାରରେ ଏହି ଘଟଣାର ପୃଷ୍ଟି ମଧ୍ୟ କରିଥିଲା ।

୧୯୯୦ରେ ଜାମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଫତି ମହମ୍ମଦ ସଇଦଙ୍କ ଝିଅ ରୁବିଆ ସଇଦର ଅପହରଣ ପଛରେ ୟାସୀନ ମଲିକର ହାତ ଥିବାର ଅଭିଯୋଗ କରାଯାଏ । ୧୯୯୦ ଦଶକରେ ପଣ୍ଡିତମାନଙ୍କୁ କାଶ୍ମୀରରୁ ତଡିବା ପଛରେ ୟାସୀନ ମଲିକର ମୁଖ୍ୟ ଭୂମିକା ଥିଲା ।