ମଣ୍ଡିରେ ଧାନ କିଣା ସମୟ ଅବଧି ବୃଦ୍ଧି କଲେ ରାଜ୍ୟ ସରକାର । ଚାଷୀ ଧାନ ବିକିବା ପର୍ଯ୍ୟନ୍ତ ଚାଲୁ ରହିବ ଧାନ କିଣା । 

173

କନକ ବ୍ୟୁରୋ: ମଣ୍ଡିରେ ଚାଲୁ ରହିବ ଧାନ କିଣା । ଏନେଇ ୧୯ ଜିଲ୍ଲାର ଜିଲ୍ଲାପାଳଙ୍କୁ ଯୋଗାଣ ସଚିବ ଭି.ଭି ଯାଦବ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ଫେବୃୟାରୀ ୨୮ ପରେ ମଣ୍ଡିରୁ ଧାନ କିଣା ବନ୍ଦ କରିବା ନେଇ ନିଷ୍ପତି ହୋଇଥିଲା । କିନ୍ତୁ ଏବେ ଚାଷୀଙ୍କ ସ୍ୱାର୍ଥ ରକ୍ଷା ଦୃଷ୍ଟିରୁ ବଳକା ଥିବା ମଣ୍ଡିରେ ଧାନ କିଣା ନେଇ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।

ସେହିପରି ମଣ୍ଡିରେ ଚାଷୀଙ୍କୁ ଟୋକନ ପ୍ରଦାନ କରିବାକୁ ପାକ୍ସକୁ ଯୋଗାଣ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଚାଷୀ ଧାନ ବିକିବା ପର୍ଯ୍ୟନ୍ତ ମଣ୍ଡିରେ ଧାନ କିଣାଯିବ ବୋଲି ନିଷ୍ପତି ହୋଇଛି । ଯଦି ଏହି ଧାନ କିଣାରେ କେହି ଖିଲାପି କରନ୍ତି ତେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚିଠିରେ ଉଲ୍ଲେଖ ରହିଛି ।

paddy priceଅନ୍ୟପଟେ କିଭଳି ଧାନ କିଣାରେ ମଣ୍ଡି ଗୁଡ଼ିକରେ ସମସ୍ୟା କିମ୍ବା ଖିଲାଫି ନ ହୁଏ ସେନେଇ ଜିଲ୍ଲାସ୍ତରୀୟ ସ୍କ୍ୱାର୍ଡଙ୍କୁ ତଦାରଖ କରିବାକୁ ନିର୍ଦ୍ଦେଶ । ଏହାସହ ନିର୍ଦ୍ଦେଶ ହୋଇଥିବା ମଣ୍ଡିର ଧାନ କିଣା ସମ୍ବନ୍ଧୀୟ ସବିଶେଷ ରିପୋର୍ଟ ସନ୍ଧ୍ୟା ସୁଦ୍ଧା ହ୍ୱାଟ୍ସଆପ୍ ଜରିଆରେ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ମଣ୍ଡିରୁ ଧାନ ନନେଇ ଯଦି ମିଲର୍ସମାନେ ଚାଷୀଙ୍କ ଠାରୁ ଧାନ କିଣନ୍ତି ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚିଠିରେ ନିର୍ଦ୍ଦେଶ ଦିଆଯାଇଛି ।