ଅମିତାଭଙ୍କ ପରେ ପୁଲୱାମା ସହିଦଙ୍କ ପରିବାରକୁ ଆର୍ଥୀକ ସହାୟତା ପାଇଁ ଆଗେଇ ଆସିଲେ ବଲିଉଡ୍ ଅଭିନେତା ସଲମାନ୍ ଖାନ୍ !

419

ଫେବ୍ରୁଆରି ୧୪, ୨୦୧୯ରେ ଜମ୍ମୁ-କଶ୍ମୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ସାରା ଦେଶ ଏହାକୁ କଡ଼ା ନିନ୍ଦା କରିଛି । ଏହା ସହ ଭାରତୀୟ ନାଗରିକମାନେ ପାକିସ୍ତାନର ମୂଳପୋଛ କରାଯାଉ ବୋଲି ଦାବି କରିଛନ୍ତି । ତେବେ ବଲିଉଡ୍ କଳାକାର ଏ ଘଟଣାକୁ ନେଇ ଶୋକପ୍ରକାଶ କରିବା ସହ ସହିଦ୍ ପରିବାରକୁ ସାହାଯ୍ୟ କରୁଥିବା ଦେଖା ଯାଇଛି । ପ୍ରଥମେ ଉରିର ଟିମ୍ ସହିଦ୍ ପରିବାରକୁ ଏକ କୋଟି ଟଙ୍କାର ସାହାଯ୍ୟ ଦେଇଥିବା ବେଳେ ବିଗ୍ ବି ଅଭିତାଭ ବଚ୍ଚନ ପ୍ରତି ସହିଦ୍ ପରିବାରକୁ ୫ଲକ୍ଷ ଟଙ୍କାଏ ସହାୟତା ରାଶି ଦାନ କରିଥିବା ଦେଖା ଯାଇଥିଲା ।

ଏବେ ଦବଙ୍ଗ ଷ୍ଟାର ସଲମାନ ମଧ୍ୟ ସହିଦ୍ ପରିବାରକୁ ସାହାଯ୍ୟର ହାତ ବଢ଼ାଇଥିବା ଜଣା ପଡ଼ିଛି । ଏହାର ଖୁଲାସା କରି ଟୁଇଟ୍ କରିଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ କିରଣ ରିଜ୍ଜୁ । ପୁଲଓ୍ଵାମା ଆକ୍ରମଣରେ ପ୍ରାଣ ହରାଇଥିବା ସହିଦଙ୍କ ପରିବାରକୁ ସାହାଯ୍ୟ କରିଥିବାରୁ ଧନ୍ୟବାଦ । ମୁଁ ଖୁବଶୀଘ୍ର ଆପଣ ଦେଇଥିବା ସହାୟତା ରାଶିକୁ ‘ଭାରତ କେ ବୀର’ ଆକାଉଣ୍ଟକୁ ପଠାଇଦେବି ବୋଲି ଲେଖି ଟୁଇଟ୍ କରିଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ କିରଣ ରଜ୍ଜୁ ।