କଂଗ୍ରେସ କମିଙ୍ଗ୍ ! ପିସିସି ସଭାପତିଙ୍କ ଦମ୍ଭୋକ୍ତି, ରାଜ୍ୟରେ ସରକାର ଗଢ଼ିବ କଂଗ୍ରେସ ।

350

କନକ ବ୍ୟୁରୋ: ଆସନ୍ତା ମାର୍ଚ୍ଚ ୨ରେ ଓଡ଼ିଶା ଆସିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଏହି ପରିପ୍ରେକ୍ଷୀରେ କଂଗ୍ରେସ ହାଇମାଣ୍ଡ ରାଜ୍ୟର ଗୋଟିଏ ସ୍ଥାନରେ ଜନ ସମାବେଶ କରିବା ନେଇ ଆପାତତଃ ସ୍ଥିର ହୋଇଛି । ବରଗଡ଼ କିମ୍ବା ଜୟପୁରରେ  ସମାବେଶ ହୋଇପାରେ ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । କଂଗ୍ରେସ ଭବନରେ ଆୟୋଜିତ ପିସିସି ଇସ୍ତାହାର କମିଟି ବୈଠକକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି । କହିଛନ୍ତି ଯେ, ଛତିଶଗଡ଼ ଇସ୍ତାହାର ମଡ଼େଲକୁ  ଓଡ଼ିଶା ପିସିସି ଆପଣାଇଛି । ତେଣୁ ପଞ୍ଚାୟତରୁ ପଞ୍ଚାୟତ ଲୋକଙ୍କ ପାଖରେ ପହଁଚିବାକୁ ପ୍ରୟାସ କରୁଛି କଂଗ୍ରେସ ।

pccଓଡ଼ିଶାର ବିକାଶ କେବଳ ବାଜା ବଜାଇଲେ ହେବନାହିଁ ଏହାକୁ ବାସ୍ତବିକ ରୂପ ଦେବାକୁ ପଡ଼ିବ । ବର୍ତ୍ତମାନ ଓଡ଼ିଶାରେ ସବୁଠାରୁ ବଡ଼ ସମସ୍ୟା ଚାଷୀ ଓ ବେକାରୀ । ଏହାକୁ ଦୂର କରିବା ସହ ଓଡ଼ିଶାକୁ ବିକାଶ ଦିଗରେ ଆଗେଇନେବା ପାଇଁ କଂଗ୍ରେସ ପ୍ରତିଶ୍ରୁତି ବଦ୍ଧ । କଂଗ୍ରେସ ଅଧ୍ୟକ୍ଷଙ୍କ ନେତୃତ୍ୱ ସରକାର ପୂର୍ବ ନିଷ୍ପତିକୁ ଯେଉଁଭଳି ଛତିଶଗଡ଼, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ପାଳନ କରି ଚାଷୀ ଓ ବେକାରୀ ଯୁବକ ଯୁବତୀଙ୍କ ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି ତାହା କଂଗ୍ରେସ ପ୍ରତିଜ୍ଞାକୁ ପ୍ରକାଶ କରିଛି ।

ଛତିଶଗଡ଼ ଇସ୍ତାହାରକୁ ଆପଣାଇ ରାଜ୍ୟର ବିକାଶ କେଉଁ କାର୍ଯ୍ୟକ୍ରମ ଦ୍ୱାରା ହୋଇପାରିବ ତାହାର ନିଷ୍ପତି ନେବ କଂଗ୍ରେସ । ଲୋକମାନଙ୍କ ମତ ନେଇ ଓଡ଼ିଶାର ବିକାଶ କରିବ କଂଗ୍ରେସ । କାରଣ କଂଗ୍ରେସ ଯାହା କହେ ତାହା ହିଁ କରେ । ଏନେଇ ପୂର୍ବରୁ ଛତିଶଗଡ଼, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ଉଦାହରଣ ଦେଖାଇଛି କଂଗ୍ରେସ । ଲୋକମାନଙ୍କର ବିଶ୍ୱାସ ଏବେ କଂଗ୍ରେସ ପ୍ରତି ପୂର୍ନବାର ଦୃଢ଼ିଭୁତ ହେଲାଣି । ତେଣୁ ଆଗାମୀ ନିର୍ବାଚନରେ କଂଗ୍ରେସ ଓଡ଼ିଶାରେ ସରକାର ଗଢ଼ିବ ବୋଲି ଦମ୍ଭୋକ୍ତି ବାଢ଼ିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।