ଖାଲି ପେଟରେ ଶୋଇବାକୁ ଯିବା ଉଚିତ୍ ନୁହେଁ । କେହି ଖାଲି ପେଟରେ ଶୋଉନଥିବା ସୁନିଶ୍ଚିତ କରିବା ଆମର ସଂସ୍କୃତି : ସୁପ୍ରିମକୋର୍ଟ

139

କନକ ବ୍ୟୁରୋ: କେହି ଖାଲି ପେଟରେ ଶୋଇବାକୁ ଯିବା ଉଚିତ୍ ନୁହେଁ । ଏକ ମାମଲାର ବିଚାର କରି ସର୍ବୋଚ୍ଚ କୋର୍ଟ କହିଛନ୍ତି, ଖାଦ୍ୟ ସମସ୍ତଙ୍କ ପାଖରେ ପହଞ୍ଚୁଛି, କେହି ଖାଲି ପେଟରେ ଶୋଉନଥିବା ସୁନିଶ୍ଚିତ କରିବା ଆମର ସଂସ୍କୃତି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ଅଧିନରେ ଦିଆଯାଉଥିବା ଖାଦ୍ୟଶସ୍ୟ ସମସ୍ତଙ୍କ ନିକଟରେ ପହଞ୍ଚୁଛି ବୋଲି କେନ୍ଦ୍ର ସରକାର ଦେଖିବା ଉଚିତ୍ ।

ଜଷ୍ଟିସ୍ ଏମଆର ଶାହ ଏବଂ ହିମା କୋହଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏନେଇ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଇ-ଶ୍ରମ ପୋର୍ଟାଲରେ ପଞ୍ଜିକୃତ ହୋଇଥିବା ପ୍ରବାସୀ ଶ୍ରମିକ ଓ ଅସଂଗଠିତ ଶ୍ରମିକଙ୍କ ସଂଖ୍ୟାର ଏକ ସଦ୍ୟ ତଥ୍ୟ ଉପସ୍ଥାପନ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ୩ ସାମାଜିକ କାର୍ଯ୍ୟକର୍ତାଙ୍କ ପକ୍ଷରୁ ଏନେଇ କୋର୍ଟରେ ଆବେଦନ ହୋଇଥିଲା । ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ସଠିକ୍ କାର୍ଯ୍ୟକାରୀ ନହେଲେ ଏହା ଅଧିନରେ ଥିବା ଅନେକ ହିତାଧିକାରୀ ସୁବିଧା ପାଇବାରୁ ବଞ୍ଚିତ ହେବେ ବୋଲି ସେମାନେ ଆବେଦନରେ ଦର୍ଶାଇଥିଲେ ।