ବଡ କମ୍ପାନୀରେ ବି କର୍ମଚାରୀ ହୁଅନ୍ତି ହିଂସା ଓ ଉତ୍ପୀଡନର ଶିକାର । ୨୨.୮ ପ୍ରତିଶତ କର୍ମଚାରୀ ସହ୍ୟ କରନ୍ତି ନିର୍ଯ୍ୟାତନା ।

65

କନକ ବ୍ୟୁରୋ: ଗରିବ, ଶ୍ରମିକମାନେ ଖାଲି ଯେ କାର୍ଯ୍ୟସ୍ଥଳରେ ନିର୍ଯ୍ୟାତନାର ଶିକାର ହୁଅନ୍ତି ତାହା ନୁହେଁ , ବଡ ବଡ କମ୍ପାନୀରେ କର୍ମଚାରୀମାନେ ମଧ୍ୟ ଉତ୍ପୀଡନାର କିମ୍ବା ହିଂସାର ଶିକାର ହୋଇଥାନ୍ତି । ଜାତିସଂଘ ଏବଂ ଇଣ୍ଟରନ୍ୟାସନାଲ ଲେବର ଅର୍ଗାନାଇଜେସନ ପକ୍ଷରୁ ମିଳିତ ଭାବେ କରାଯାଇଥିବା ଏକ ସର୍ଭେରେ ଏଭଳି ରିପୋର୍ଟ ପ୍ରକାଶ କରାଯାଇଛି । ୧୨୧ ଦେଶର ପ୍ରାୟ ୭୫ କର୍ମଚାରୀଙ୍କୁ ନେଇ ଏହି ସର୍ଭେ କରାଯାଇଛି । ଅଫିସ୍ ଏବଂ କାର୍ଯ୍ୟସ୍ଥଳରେ କର୍ମଚାରୀଙ୍କ ଉପରେ ନିର୍ଯ୍ୟାତନାର ମାତ୍ରା ବଢିଚାଲିଥିବା ରିପୋର୍ଟରେ ପ୍ରକାଶ ପାଇଛି । ଗବେଷଣା ତଥ୍ୟ ଅନୁସାରେ ୭ ଶହ ୪୩ ନିୟୁତ କର୍ମଚାରୀ ତଥା ୨୨.୮ ପ୍ରତିଶତ ଲୋକ ଅଫିସରେ ବିଶେଷଭାବେ ଗୋଟିଏ ପ୍ରକାର ଉତ୍ପୀଡନର ଶିକାର ହେଉଛନ୍ତି । ସେଥିରୁ ଏକ ତୃତୀୟାଂଶ କର୍ମଚାରୀଙ୍କୁ ଏକାଧିକ ନିର୍ଯ୍ୟାତନା ଦିଆଯାଉଛି । ୧୭.୯ ପ୍ରତିଶତ କର୍ମଚାରୀ ମାନସିକ ନିର୍ଯ୍ୟାତନାର ଶିକାର ହେଉଥିବା ରିପୋର୍ଟରେ ପ୍ରକାଶ କରାଯାଇଛି ।