ଭାରତରେ ଫେବୃଆରୀ ସୁଦ୍ଧା ଆସିପାରେ ତୃତୀୟ ଲହର !

174

କନକ ବ୍ୟୁରୋ : ଦେଶରେ ଦୈନିକ ସଂକ୍ରମଣ ମାମଲା ଏବେ ପ୍ରାୟ ୭,୫୦୦ ରହୁଛି । ଓମିକ୍ରନ୍‌ ସଂକ୍ରମଣ ବି ବଢ଼ିବାରେ ଲାଗିଛି । ତେବେ ଆଗକୁ ଓମିକ୍ରନ୍‌ ଡେଲ୍‌ଟା ପ୍ରଜାତିକୁ ଟପି ଏକ ପ୍ରଭାବଶାଳୀ ପ୍ରଜାତି ହେଲେ ଖୁବ୍‌ଶୀଘ୍ର ତୃତୀୟ ଲହର ଆରମ୍ଭ ହେବ ଏବଂ ‌ଫେବ୍ରୁଆରିରେ ଏହା ଶୀର୍ଷ ଛୁଇଁବ ବୋଲି ଜାତୀୟ କୋଭିଡ-୧୯ ସୁପରମଡେଲ କମିଟି ସଦସ୍ୟ କହିଛନ୍ତି ।

ଜାତୀୟ କୋଭିଡ-୧୯ ସୁପରମ‌ଡେଲ କମିଟି ମୁଖ୍ୟ ବିଦ୍ୟାସାଗର କହିଛନ୍ତି, ଦେଶରେ ଓମିକ୍ରନ ପାଇଁ ତୃତୀୟ ଲହର ଆରମ୍ଭ ହେବ । କିନ୍ତୁ ଦ୍ବିତୀୟ ଲହର ଭଳି ଏହା ଘାତକ ହେବନାହିଁ । ଆଗାମୀ ଜାନୁଆରି ପ୍ରାରମ୍ଭରେ ଦେଶରେ ତୃତୀୟ ଲହର ଆସିଯିବ । କିନ୍ତୁ ଅଧିକାଂଶ ଲୋକଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଥିବାରୁ ସଂକ୍ରମଣ ସ୍ବାଭାବିକ ରହିବ। ଏବେ ଦେଶରେ ଦୈନିକ ୭,୫୦୦ ମାମଲା ରହୁଛି ।

ବିଦ୍ୟାସାଗାର କହିଛନ୍ତି ଦ୍ବିତୀୟ ଲହର ତୁଳନାରେ ତୃତୀୟ ଲହରରେ ସେତେ ଅଧିକ ସଂକ୍ରମଣ ବଢ଼ିବ ବୋଲି ଜଣାପଡ଼ୁନାହିଁ । ଦେଶରେ ଟିକାକରଣ ତ୍ବରାନ୍ବିତ ହୋଇଛି ଏବଂ ସେରୋ ପଜିଟିଭ୍‌ ହାର ମଧ୍ୟ ବଢ଼ିଛି ତେଣୁ ଦ୍ବିତୀୟ ଲହର ତୁଳନାରେ ତୃତୀୟ ଲହରରେ ସେତେ ଅଧିକ ସଂକ୍ରମଣ ଦେଖିବାକୁ ମିଳିବନି । ବ୍ରିଟେନ୍‌ରେ ଓମିକ୍ରନ୍‌ ସଂକ୍ରମିତଙ୍କ ମଧ୍ୟରୁ କେବଳ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅଧିକାଂଶ ଲୋକଙ୍କଠାରେ କୌଣସି ଲକ୍ଷଣ ନାହିଁ ।