ଶୀତ ଦିନରେ ଶରୀରକୁ ସୁସ୍ଥ ରଖିବେ କେମିତି ? କ’ଣ ଖିଆପିଆ କଲେ ଭଲ ରହିବ ଦେହ, ହେବନି ଥଣ୍ଡା-ଜ୍ୱର ?

146

କନକ ବ୍ୟୁରୋ : ଶୀତ ଦିନେ ପ୍ରାୟତ ଶରୀରରେ ଅନେକ ପ୍ରକାର ସମସ୍ୟା ଦେଖାଯାଇଥାଏ । ଶାତଦିନେ ଖାଦ୍ୟପ୍ରଣାଳୀରେ ସାଧରଣତ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି । ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଦି ପାଉଥିବା ଖାଦ୍ୟ ଗ୍ରହଣ କରିବା ଦ୍ୱାରା ଶରୀର ସୁସ୍ଥରହିଥାଏ । ଏବଂ ସଂକ୍ରମିତ ରୋଗ ମଧ୍ୟ କମ ହୋଇଥାଏ । ଏଥିପାଇଁ ଖାଦ୍ୟ ଗ୍ରହଣ ଉପରେ ବିଶେଷ ଭାବରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ପ୍ରତ୍ୟକ ଦିନ ଯଦି ଆମେ ଖାଦ୍ୟ ପଦାର୍ଥରେ କିଚି ଏପରି ଖାଦ୍ୟ ଗ୍ରହଣ କରିବା ତାହେଲେ ସ୍ୱାସ୍ଥଅବସ୍ଥା ଶୀତ ଦିନେ ସ୍ଥିର ରହିବ ।

ଥଣ୍ଡା ରୁତୁରେ ଥଣ୍ଡା ଜର ହେବା ସାଧାରଣ ଘଟଣା । କେବେ କେବ ତା ସହିତ ଭାଇରାଲ ଥଣ୍ଡା ଜର ମଧ୍ୟ ହୋଇଥାଏ । ଭାଇରାଲ ଥଣ୍ଡା ଜର ଅନେକ ଦିନ ପର୍ଯ୍ୟନ୍ତ ଶରୀରରେ ରହିଥାଏ ଏବଂ ଶରୀରକୁ ଦୁର୍ବଳ କରିଦେଇଥାଏ । ଯେଉଁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମ ଥାଏ ସେମାନଙ୍କୁ ତୁରନ୍ତ ଭାଇରାଲ ଭିବର ହୋଇଥାଏ । ଥାଣ୍ଡା ମଧ୍ୟ ହୋଇଥାଏ ବାରମ୍ବାର । ତେବେ ସେମାନଙ୍କ ପାଇଁ ବିଶେଷଜ୍ଞ ମାନଙ୍କର କିଛି ଟିପସ୍ ରହୁଛି । ଆପଣ ପ୍ରତ୍ୟକ ଦିନ ଖାଦ୍ୟ ପଦାର୍ଥରେ କିଛି ଏପରି ଡାଏଟ ଗ୍ରହଣ କରନ୍ତୁ ଯାହା ଆପଣଙ୍କ ସ୍ୱାସ୍ଥ୍ୟକୁ ଠିକ ରଖିବାରେ ସହାୟକ ହେବ ଏବଂ ରୋଗ ପ୍ରତିରୋଧକ ଶକ୍ତି ଶୀତଦିନେ ବୃଦ୍ଧି ପାଇବ ।

– ଶୀତଦିନେ କମଳାକୁ ଖୁବ ପସନ୍ଦ କରାଯାଇଥାଏ । କମଳା ଅନେକ ମାତ୍ରାରେ ଭାଇବର ରହିଥାଏ । କମଳାରେ ରହିଥିବା ଭିଟାମିନ ସି ଏବଂ ଆଣ୍ଟି ଅକ୍ସିଡେଣ୍ଟ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସହାୟକ ହୋଇଥାଏ ।
– ମସଲା ଚା : ଶୀତ ଦିନେ ଗରମ ଗରମ ଚା ପିଇବା ସମସ୍ତଙ୍କୁ ପସନ୍ଦ ହୋଇଥାଏ । ମସାଲା ଚା ଶରୀରକୁ ସଂକ୍ରମଣରୁ ଦୂରେଇ ରଖିଥାଏ । ଲମଙ୍ଗ, ଡାଲଚିନି, ଗୋଲମରିଚ, ପକାଇ ଚା ପିଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ଏବଂ ଥଣ୍ଡା, କାଶ ରୋକିବାରେ ସାହାଯ୍ୟ କରିଥାଏ ।
– ରସୁଣ : ରସୁଣ ଖାଇବା ଦ୍ୱାରା ସେଥିରେ ଥିବା ଆଣ୍ଟି ଇଫଲେମେଟେରୀ ଏବଂ ଆଣ୍ଟି ମାଇକ୍ରୋବିୟଲ ଗୁଣ ଶରୀରକୁ ଭିତରୁ ମଜବୁତ କରିଥାଏ । ଯହାଦ୍ୱାରା ଶରୀର ଥଣ୍ଡା ଜର ପରି ରୋଗରେ ସଙ୍ଗେ ସଙ୍ଗେ ଆକ୍ରାନ୍ତ ହୋଇନଥାଏ ।
– ହଳଦୀ : ହଳଦୀ ଓøଷଧୀୟ ଗୁଣରେ ଭରପୁର ହୋଇଥାଏ । ଏଥିରେ ଆଣ୍ଟି ଅକ୍ସିଡେଣ୍ଟ, ଆଣ୍ଟିସେପଟିକ, ଆଣ୍ଟି ଭାଇରାଲ, ଆଣ୍ଟି ଇଫଲେମେଟରୀ ଗୁଣ ମଧ୍ୟ ରହିଥାଏ । ଏହା ଶରୀରକୁ ଭିତରୁ ଶକ୍ତି ଦେବା ସହିତ ପାଚନ ପ୍ରକିୟାକୁ ଭଲ ରଖିବା ସହିତ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହେବ ।
– ମହୁ : ସ୍ୱାସ୍ଥ୍ୟ ବିଶେଷଜ୍ଞ ମତ ଅନୁସାରେ ପ୍ରବଳ ଥଣ୍ଡା, କାଶରେ ତୁରନ୍ତ ମହୁ ଶରୀରକୁ ସୁସ୍ଥ ରଖିପାରେ । ମହୁରେ ଅଦାର ରସ ମିଶାଇ କରି ପିଇବା ଦ୍ୱାରା ଗଳାରେ ଥିବା ଖସ ଖସ ଏବଂ କଫରୁ ଆରାମ ମିଳିଥାଏ । ଶୀତଦିନେ ପ୍ରତ୍ୟକେ ଦିନ ମହୁ ଖାଇବା ଦ୍ୱାରା ଥଣ୍ଡା ଏବଂ କାଶରୁ ଅନେକ ମାତ୍ରାରେ ମୁକ୍ତି ମିଳିଥାଏ ।