ଓଡିଆ ନିର୍ଦ୍ଦେଶକଙ୍କ ବିରୋଧରେ ବଙ୍ଗୀୟ ଅଭିନେତ୍ରୀଙ୍କ ସାଂଘାତିକ ଅଭିଯୋଗ! କହିଲେ, ଲୋକଙ୍କୁ କହିବି ଫିଲ୍ମ ସୁଟିଂ ବେଳେ ମୋ ସହ କଣ କରିଥିଲ

370

କନକ ବ୍ୟୁରୋ : ଫିଲ୍ମ ନିର୍ଦ୍ଦେଶକ ଦୀଲ୍ଲିପ ପଣ୍ଡାଙ୍କ ବିରୋଧରେ ମାନସିକ ନିର୍ଯାତନା ଦେଇଥିବା ନେଇ ଅଭିଯୋଗ ଆଣିଛନ୍ତି ବଙ୍ଗିୟ ଅଭିନେତ୍ରୀ ତଥା ଫିଲ୍ମର ଲିଡ ନାୟିକା ଏଲସା ଘୋଷ । ଫିଲ୍ମରେ ତାଙ୍କ ଦୃଶ୍ୟ କଟାଯାଇଥିବା ସେ ଅଭିଯୋଗ ଆଣିଛନ୍ତି । ଅନ୍ୟପକ୍ଷରେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର କୌଣସି ସତ୍ୟତା ନାହିଁ ବୋଲି କହିଛନ୍ତି ନିର୍ଦ୍ଦେଶକ ଦିଲ୍ଲୀପ ପଣ୍ଡା ।

ନିର୍ଦ୍ଦେଶକଙ୍କ ନାଁରେ ବଙ୍ଗିୟ ଅଭିନେତ୍ରୀଙ୍କ ସାଂଘାତିକ ଅଭିଯୋଗ । ସେଟରେ ତାଙ୍କୁ ଦିଆଯାଇଛି ମାନସିକ ନିର୍ଯାତନା । ଫିଲ୍ମର କିଛି ଦୃଶ୍ୟକୁ କାଟି ଦିଆଯାଇଛି । ଅଡିଓ ରିଲିଜ ସମୟରେ ଏଥିପାଇଁ ସିଧାସଳଖ ଫିଲ୍ମର ନିର୍ଦ୍ଦେଶକ ଦିଲ୍ଲୀପ ପଣ୍ଡାଙ୍କୁ ଦାୟୀ କରି ଅଭିନେତ୍ରୀ ଏଲସା ଘୋଷ ହଠାତ ପାଟିତୁଣ୍ଡ କରିଥିଲେ । ନିର୍ଦ୍ଦେଶକଙ୍କୁ ଗାଳିଗୁଲଜ କରିବା ଆରମ୍ଭ କରିଦେଇଥିଲେ ।

ଓଲିଉଡ ଫିଲ୍ମ ତୁ ମୋ ସୁନା ଚଢେଇର ଅଡିଓ ରିଲିଜ ବେଳେ ମୁହାଁ ମୁହିଁ ହୋଇଥିଲେ ଅଭିନେତ୍ରୀ ଓ ନିର୍ଦ୍ଦେଶକ । ଅଭିନେତ୍ରୀ ଜଣଙ୍କ ନିର୍ଦ୍ଦେଶକଙ୍କ ନାଁରେ କିଛି ଅଭିଯୋଗ ଆଣୁଥିବା ସମୟରେ ନିର୍ଦ୍ଦେଶକ ତାଙ୍କର ମାଇକ ଛଡେଇବାକୁ ଚେଷ୍ଟା କରିଥିଲେ । ଆଉ ତାପରେ ଆରମ୍ଭ ହେଲା ମହାଭାରତ । ସେଟରେ ତାଙ୍କ ସହ ନିର୍ଦ୍ଦେଶକ କଣ କରିଥିଲେ ତାହା ବାରମ୍ବାର କହିବାକୁ ଉଦ୍ୟତ ହୋଇଥିଲେ ଅଭିନେତ୍ରୀ ଜଣକ । ତେବେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଅସ୍ୱିକାର କରିଛନ୍ତି ଦିଲ୍ଲୀପ । ଏଲସାଙ୍କ ଅଭିଯୋଗ ଭିତିହୀନ ବୋଲି କହିଛନ୍ତି ।

ପୂର୍ବରୁ ଓଲିଉଡରେ କାଷ୍ଟିଂ କାଉଚ ଭଳି ଅଭିଯୋଗ ଆସିଥିଲା । କିଛି ଅଭିନେତା ଏବଂ ଅଭିନେତ୍ରୀ ଏହାକୁ ସ୍ୱୀକାର ମଧ୍ୟ କରିଥିଲେ । ନିକଟରେ ନିର୍ଦ୍ଦେଶକ ଏବଂ ପ୍ରଯୋଜକଙ୍କ ବିରୋଧରେ ମି ଠୁ ଭଳି ଅଭିଯୋଗ ଆଣିଥିଲେ ଅଭିନେତ୍ରୀ । ଏବେ ନିର୍ଦ୍ଦେଶକଙ୍କ ବିରୋଧରେ ଏପରି ସଙ୍ଗୀନ ଅଭିଯୋଗ ଓଲିଉଡର ଭିତିରି କଥାକୁ ପଦାକୁ ପକାଇଛି ।