ରାଜହଂସରେ ଫସିଥିବା ବିଦେଶୀ ଜାହାଜରୁ ତେଲ କାଢିବା ପ୍ରକ୍ରିୟା ଆରମ୍ଭ । ସାତ ପଡାରେ ପହଂଚିଲା ୧୫ ହଜାର ଲିଟର କ୍ଷମତା ବିଶିଷ୍ଟ ଟ୍ୟାଙ୍କର

446

କନକ ବ୍ୟୁରୋ : ଚିଲିକା ରାଜହଂସ ଠାରେ ଫସିଥିବା ମାଲେସିଆ ଜାହାଜରୁ ତେଲ କାଢିବା ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜି ତେଲ କଢାଯିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଛୋଟ ବ୍ୟାରେଲ ଜାହାଜ ନିକଟକୁ ପଠା ଯାଇଛି । ଗତକାଲି ଜାହାଜରେ ପାଇପ ପକାଯାଇଥିବା ବେଳେ ଆଜି ସକାଳୁ ୧୫ ହଜାର ଲିଟର କ୍ଷମତା ବିଶିଷ୍ଟ ଟ୍ୟାଙ୍କର ସାତପଡାରେ ପହଂଚିଛି । ଛୋଟ ବ୍ୟାରେଲରେ ତେଲ କାଢିବା ପରେ ଏହାକୁ ଟ୍ୟାଙ୍କରରେ ଭର୍ତି କରି ଅନ୍ୟତ୍ର ସ୍ଥାନାନ୍ତର କରାଯିବ । ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ରାଜହଂସରେ ଫସିଥିବା ମାଲେସିଆ ଜାହାଜ ସମୁଦ୍ର ଢେଉ ମାଡରେ ଏବେ ଗୋଟିଏ ପଟେ ଢଳିବା ଆରମ୍ଭ କରିଛି ।

ଜାହାଜରୁ ତୁରନ୍ତ ତେଲ ବାହାର କରାନଗଲେ ଜାହାଜ ଓଲଟିପଡି ତେଲ ଲିକ ହେବାର ସମ୍ଭାବନା ରହିଛି । ତେଣୁ ଜାହାଜରୁ ତେଲ କାଢିବା ପାଇଁ ପ୍ରଶାସନର ତତ୍ପରତା ଦେଖିବାକୁ ମିଳିଛି । ତେବେ ଅନେକ ଦିନ ହେଲାଣି ଜାହାଜକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହେବାରେ ଲାଗିଛି । କେବଳ ଏତିକି ନୁହେଁ ବରଂ ଜାହାଜରୁ ତେଲ ନିର୍ଗତ ହେଲେ ତାହା ଚିଲିକା ଉପରେ କୁପ୍ରଭାବ ପକାଇବା ବୋଲି ପରିବେଶବିତ ମାନେ ନିଜ ପ୍ରତିକ୍ରିୟାରେ କହିଛନ୍ତି । କହିବାକୁ ଗଲେ ଅପେକ୍ଷାର ଅନ୍ତ ଘଟିଛି ଓ ଜାହାଜରୁ ତେଲ ବାହାର କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।